Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ପରିଷଦ ସଭାଗୃହରେ ପ୍ରତିଭା ସମ୍ମାନ ସମାରୋହ ୨୦୨୬ ଅନୁଷ୍ଠିତ।

ଧର୍ମଗଡ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସଭାଗୃହ ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନ, ଭେଞ୍ଚର ଭିସ୍ତା ଓ କାରୁଣ୍ଡ ସେବା ସଂଗଠନର ମିଳିତ ଆନୁକୂଲ୍ୟରେ ପ୍ରତିଭା ସମ୍ମାନ ସମାରୋହ ୨୦୨୬ ଅନୁଷ୍ଠିତ ହେଇଯାଇଛି। କାରୁଣ୍ଡ ସେବା ସଂଗଠନ ସଭାପତି ପୁରୁଷୋତ୍ତମଦାସ ଅଗ୍ରୱାଲଙ୍କ ସଭାପତିତ୍ୱରେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଶିକ୍ଷାବିତ ଡ. ମହେନ୍ଦ୍ର ମିଶ୍ର ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରି ସଂଗଠନର ଏଭଳି ଆୟୋଜନ ସ୍ବାଗତ ଯୋଗ୍ୟ ଓ ପ୍ରଶଂସନୀୟ ବୋଲି ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଭାବେ ମା ମାଣିକେଶ୍ୱରୀ ବିଶ୍ୱ ବିଦ୍ୟାଳୟ, ଭବାନିପାଟଣା କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲ ଯୋଗଦେଇ ବିଦ୍ୟାର୍ଥୀମାନଙ୍କୁ ଜୀବନରେ ସଫଳତା ହାସଲ ପାଇଁ କଠିନ ପରିଶ୍ରମ ଓ ଦୃଢ ଅଧ୍ୟବସାୟ ଆବଶ୍ୟକ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର , ସଂଗଠନର ସଭାପତି ବିରଜା ପ୍ରସାଦ ପଣ୍ଡା, ଭେଞ୍ଚର ଭିସ୍ତାର ମୁଖ୍ୟ ପରିଚାଳକ ଦେବାଶିଷ ବେହେରା, ସାମାଜିକ କର୍ମୀ ଚିନ୍ମୟ ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ। ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ମଞ୍ଚ ସଂଯୋଜନା କରିଥିବା ବେଳେ ଭୁଜବଳ ନାଏକ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଂଗଠନ ସମ୍ପାଦକ ଅବିନାଶ ମୁଣ୍ଡ ସ୍ୱାଗତଭାଷଣ ପ୍ରଦାନ କରିବା ସହ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ଡ. ମହେନ୍ଦ୍ର କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ଓ ଆନ୍ତର୍ଜାତୀୟ ପାରା ବ୍ୟାଡମିଣ୍ଟନ ତାରକା ଆକାଶ ରଞ୍ଜନ ମୁଣ୍ଡଙ୍କୁ ବିନୋଦିନୀ ମେମୋରିଆଲ ଟ୍ରଷ୍ଟ ପ୍ରଦତ୍ତ ସ୍ବତନ୍ତ୍ର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ଗାଳ୍ପିକା ଦେବହୂତି କରଙ୍କ ଗଳ୍ପ ସଂକଳନ “କେଶବତୀ କନ୍ୟା” ପାଠକାର୍ପଣ କରାଯାଇଥିଲା। ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ଭବାନୀପାଟଣାର ସ୍ନାତକ ଓ ସ୍ନାତକୋତ୍ତର ବିଭାଗର ବିଭିନ୍ନ ବିଷୟରେ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ୪୨ଜଣ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ଯକ୍ରମ ପରିଚାଳନାରେ ସଂଜୀବ ମୁଣ୍ଡ, ମାନସ ରଞ୍ଜନ ପଣ୍ଡା, ଶାନ୍ତନୁ କୁମାର ପରିଡା, ଲଲିତ କୁମାର ବିଶି, ବେଦ ପ୍ରକାଶ ପଣ୍ଡା, ଶୁଶିଲ ନାଗ, ଶାନ୍ତନୁ କୁମାର ବେହେରା, ଖୁସିରାଣୀ ସାହୁ, କେତକୀ ପୋଡ, ଗୋପାଳ ସାହୁ, ଅକ୍ଷୟ କୁମାର ନାଏକ, ନୁରୀ ବେଗମ୍, ସୁବାଷିନୀ ନାଗ ପ୍ରମୂଖ ସହଯୋଗ କରିଥିଲେ। ପରିଶେଷରେ ସଂଗଠନର ଯୁଗ୍ମ ସଂପାଦକ ରଜତ ବଂଶଲ ଧନ୍ଯବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ