Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ପଛରେ କଣ ରହିଛି ରହସ୍ୟ ? ଫୋନ୍ ଯାଞ୍ଚ ପରେ ସାମ୍ନାକୁ ଆସିବ ସତ

ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଆଉ ପାଦେ ଆଗେଇଛି ପୋଲିସ | ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତକୁ କମିଶନରେଟ୍ ପୋଲିସ ଜୋରଦାର କରିଛି। ମୃତ୍ୟୁର କାରଣ ଖୋଜିବା ପାଇଁ ତାଙ୍କ ସ୍ୱାମୀ, ତିନି ଭଉଣୀ ଓ ଭିଣୋଇଙ୍କ ବୟାନ ରେକର୍ଡ କରାଯାଇଛି। ସେହିପରି ବିୟୁଟି ମହାନ୍ତି ବ୍ୟବହାର କରୁଥିବା ଦୁଇଟି ମୋବାଇଲ୍ ଫୋନ୍‌କୁ ଫରେନ୍ସିକ୍ ଯାଞ୍ଚ ପାଇଁ ପଠାଯାଇଥିବା ବେଳେ କଲ୍‌ ରେକର୍ଡ ଓ ବ୍ୟକ୍ତିଗତ ସମ୍ପର୍କ ସମ୍ପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି। ତେବେ ବୁଧବାର ସୁଦ୍ଧା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତ ଆହୁରି ଆଗକୁ ବଢିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ,ଗତ ଶନିବାର ବିୟୁଟି ମହାନ୍ତିଙ୍କ ମୃତଦେହ ନିଜ ସରକାରୀ କ୍ୱାର୍ଟର୍ସରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏହା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ | କିନ୍ତୁ ଏହା ମଧ୍ୟରେ ପରିବାର ଲୋକ କାର୍ଯ୍ୟ ଚାପକୁ ନେଇ ଏଭଳି ହୋଇଥିବା ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି | ଏହି ଘଟଣା ପରେ ଓଡ଼ିଶା ପୋଲିସ ଅଫିସର ମହାସଂଘ ମଧ୍ୟ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ୩୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି ଉଠାଇଛି।

ଏହି ମାମଲାରେ ତଦନ୍ତ ସମୟରେ କମିଶନରେଟ୍ ପୋଲିସ ଜଣେ ପୋଲିସ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା କରିଥିବା ସୂଚନା ମିଳିଛି। ଅଜ୍ଞାତ ସ୍ଥାନରେ ତାଙ୍କୁ ଜେରା କରାଯାଉଥିବା ବେଳେ ତାଙ୍କ ମୋବାଇଲ୍ ଫୋନ୍‌କୁ ମଧ୍ୟ ଯାଞ୍ଚ କରାଯାଉଛି। ତେବେ ପୋଲିସ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁକୌଣସି ନିର୍ଦ୍ଦିଷ୍ଟ କାରଣ କିମ୍ବା ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ | ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ