Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୨୬ ରଥଯାତ୍ରା ସମୀକ୍ଷା ବୈଠକ; କର୍ଡନ ପାସ୍‌କୁ ନେଇ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

ପୁରୀ ରଥଯାତ୍ରାକୁ ଆଉ ଅଳ୍ପ କିଛିଦିନ ବାକି ଥିବାବେଳେ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ରଥଯାତ୍ରାକୁ ତ୍ରୁଟିମୁକ୍ତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କର୍ଡନ ପାସ୍‌କୁ ନେଇ ମୁଖ୍ୟମନ୍ତ୍ରୀ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି । ନିୟମ ଅନୁସାରେ, ଆବଶ୍ୟକତାଠାରୁ ଅଧିକ କର୍ଡନ ପାସ୍‌ ଜାରି ନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୀତିକାନ୍ତି ସହ ସିଧାସଳଖ ଜଡ଼ିତ ସେବାୟତ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କାହାକୁ କର୍ଡନ ପାସ୍‌ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ବୈଠକରେ ମୁଖ୍ୟମନ୍ତ୍ରୀ ସେବାୟତ ଓ ସରକାରୀ କର୍ମଚାରୀଙ୍କୁ ସମନ୍ୱୟ ରକ୍ଷା କରି ନିଜ ଦାୟିତ୍ୱ ନିଷ୍ଠାର ସହ ପାଳନ କରିବାକୁ ଅପିଲ କରିଛନ୍ତି। ସେ କହିଛନ୍ତି, ପୁରୀ ରଥଯାତ୍ରା ଉପରେ ସାରା ବିଶ୍ୱର ନଜର ରହିଥାଏ। ସମସ୍ତଙ୍କ ସହଯୋଗ ଓ ସମନ୍ୱୟ ରହିଲେ ରଥଯାତ୍ରା ସୁରୁଖୁରୁରେ ଓ ତ୍ରୁଟିମୁକ୍ତ ଭାବେ ସମ୍ପନ୍ନ ହେବ। ଭକ୍ତଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସମସ୍ତଙ୍କର ପ୍ରାଥମିକ ଦାୟିତ୍ୱ ବୋଲି ସେ କହିଛନ୍ତି। ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ମଧ୍ୟ ସମସ୍ତ ନୀତିକାନ୍ତି ସୁଚାରୁ ଭାବେ ସମ୍ପନ୍ନ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଚଳିତ ବର୍ଷ ରଥଯାତ୍ରାକୁ ସୁରୁଖୁରୁରେ ପାଳନ କରିବା ପାଇଁ ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି।ଏନେଇ ମୁଖ୍ୟ ସଚନ ସଚିବ ଅନୁଗର୍ଗ ସମସ୍ତ ସୂଚନା ଦେଛନ୍ତି | ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି JBPC ଅଧୀନରେ ଇଣ୍ଟିଗ୍ରେଟେଡ୍ କମାଣ୍ଡ କଣ୍ଟ୍ରୋଲ ସେଣ୍ଟର ଓ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍‌ କାର୍ଯ୍ୟକ୍ଷମ କରାଯାଇଛି। ଆଇନ-ଶୃଙ୍ଖଳା ପାଇଁ ୨୨୫ ଜଣ ଏକ୍ସିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ମୁତୟନ ହେବେ। ସେହିପରି ବର୍ଷାକୁ ଦୃଷ୍ଟିରେ ରଖି ୩୦ଟି ଜଳଜମା ପ୍ରବଣ ସ୍ଥାନରେ ହାଇପାୱାର ପମ୍ପ ଓ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛନ୍ତି। ଭକ୍ତଙ୍କ ସ୍ୱାସ୍ଥ୍ୟସେବା ପାଇଁ ୮ଟି ଅସ୍ଥାୟୀ ହସ୍ପିଟାଲ ଏବଂ ସ୍ୱଚ୍ଛତା ପାଇଁ ୧୭୦୦ଟି ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ