Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସ୍‌ଆଇଆର୍‌ କୁ ନେଇ ବଡ଼ ଖୁଲାସା , ଗଞ୍ଜାମରୁ ବାଦ୍ ପଡିଲେ ୨ ଲକ୍ଷରୁ ଅଧିକ ଭୋଟର

ଏସ୍‌ଆଇଆର୍‌ (ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ) ରିପୋର୍ଟରେ ଭୋଟର ତାଲିକାକୁ ନେଇ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଗଞ୍ଜାମ ଜିଲ୍ଲାରୁ ୨ ଲକ୍ଷ ୭ ହଜାର ୬୨୪ ଜଣଙ୍କ ନାମ ଭୋଟର ତାଲିକାରୁ ବାଦ୍ ପଡ଼ିଛି। କେବଳ ଏତିକି ନୁହେଁ କଟକରେ ୧.୫୫ ଲକ୍ଷ, ମୟୂରଭଞ୍ଜରେ ୧.୧୧ ଲକ୍ଷ, ଯାଜପୁରରେ ୧.୦୫ ଲକ୍ଷ, ବଲାଙ୍ଗୀରରେ ୯୯ ହଜାର ଏବଂ ବାଲେଶ୍ୱରରେ ୯୩ ହଜାରରୁ ଅଧିକ ଭୋଟରଙ୍କ ନାମ ତାଲିକାରୁ ବାଦ୍ ପଡିଛି । ସେହିପରି ପୁରୀ, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି ଓ ଦେବଗଡ଼ରେ ମଧ୍ୟ ବହୁ ସଂଖ୍ୟକ ଭୋଟରଙ୍କ ନାମ କଟାଯାଇଛି।

ରିପୋର୍ଟରେ ଆହୁରି ଜଣାପଡ଼ିଛି ଯେ, ମାଲକାନଗିରି ଜିଲ୍ଲାରେ ସର୍ବାଧିକ ପ୍ରତିଶତ ଭୋଟରଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ଏହାସହ ଭୋଟର ତାଲିକାରେ ୮ ଲକ୍ଷ ୩୨ ହଜାର ୬୨୭ ଜଣ ମୃତ ଭୋଟରଙ୍କ ନାମ ଥିବା ଚିହ୍ନଟ ହୋଇଛି। ଏହାବ୍ୟତୀତ ରାଜ୍ୟର ୧ ଲକ୍ଷ ୯୯ ହଜାର ୨୫୧ ଜଣ ଭୋଟରଙ୍କୁ ଚିହ୍ନଟ କରାଯାଇପାରିନଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି।

ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଭୋଟର ତାଲିକାର ସଠିକତା ଓ ପୁନରୀକ୍ଷଣ ପ୍ରକ୍ରିୟାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏସ୍‌ଆଇଆର୍‌ ରିପୋର୍ଟ ଅନୁଯାୟୀ, ମୃତ, ସ୍ଥାନାନ୍ତରିତ ଓ ଅଚିହ୍ନା ଭୋଟରଙ୍କ ନାମ ବାଦ୍ ଦେବା ପ୍ରକ୍ରିୟାରେ ଏହି ସଂଖ୍ୟା ସାମ୍ନାକୁ ଆସିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ