Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରିଲ୍ସ କରି କରି ଫସିଲେ ଲେଡି ଲୁଟେରା, ହନିମୁନ ଯାଇଥିବା ସମୟରେ ଗିରଫ କଲା ପୋଲିସ

ପୁଲିସକୁ ଚକମା ଦେଇ ଫେରାର ରହିଥିବା ଲେଡି ଲୁଟେରା ଜ୍ୟୋତି ଚୌଧୁରୀ ଶେଷରେ ସୋସିଆଲ ମିଡିଆ ପାଇଁ ଧରାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ଫେରାର ସମୟରେ ସେ ବିବାହ କରି ସ୍ୱାମୀଙ୍କ ସହ ଉତ୍ତରାଖଣ୍ଡର ହରିଦ୍ୱାରକୁ ହନିମୁନ ପାଇଁ ଯାଇଥିଲା। ସେଠାରୁ ସୁନ୍ଦର ସ୍ଥାନର ରିଲ୍ସ, ଭିଡିଓ ଓ ଫଟୋ ଲଗାତାର ଇନଷ୍ଟାଗ୍ରାମରେ ପୋଷ୍ଟ କରୁଥିବା ବେଳେ ପୁଲିସ ସର୍ଭିଲାନ୍ସ ଟିମ୍ ସେହି ପୋଷ୍ଟ ଆଧାରରେ ତାର ଲାଇଭ୍ ଲୋକେସନ ଟ୍ରାକ୍ କରିଥିଲା। ପରେ ସ୍ୱତନ୍ତ୍ର ପୁଲିସ ଟିମ୍ ହରିଦ୍ୱାରରେ ଚଢ଼ାଉ କରି ତାକୁ ଗିରଫ କରିଥିଲା।

ପୁଲିସ ତଦନ୍ତରେ ଜଣାପଡ଼ିଛି ଯେ, ଜ୍ୟୋତି ପ୍ରଥମେ ଜଣେ ପେଶାଦାର ଡ୍ୟାନ୍ସର ଥିଲା। ପରେ ଅପରାଧୀଙ୍କ ସଂସ୍ପର୍ଶରେ ଆସି ସେ ଲୁଟେରା ଗ୍ୟାଙ୍ଗର ସଦସ୍ୟ ପାଲଟିଥିଲା। ବର୍ତ୍ତମାନ ସ୍ୱାମୀଙ୍କ ସହ ମିଶି ସେ ବିଭିନ୍ନ ଲୁଟପାଟ୍ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ପୂର୍ବରୁ ମଧ୍ୟ ସେ ବିବାହ କରିଥିବା ବେଳେ ସେତେବେଳେ ରାଗିଣୀ କାର୍ଯ୍ୟକ୍ରମରେ ନୃତ୍ୟଶିଳ୍ପୀ ଭାବେ କାମ କରୁଥିଲା।

ପୁଲିସ କହିବା ଅନୁସାରେ,ବିଳାସପୂର୍ଣ୍ଣ ଜୀବନଯାପନର ଇଚ୍ଛା ଓ ଲୋଭ ତାକୁ ଅପରାଧ ଜଗତକୁ ଟାଣିନେଇଥିଲା। ଶେଷରେ ସେହି ସୋସିଆଲ ମିଡିଆ ପୋଷ୍ଟ ହିଁ ତାକୁ ଧରା ପକାଇଦେଲା | ଏବେ ସେ ପୁଲିସ ହେପାଜତରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ