Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ ବଡ଼ ଅପଡେର୍ଟ! ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧରୁ ମୃତ୍ୟୁ, ତଦନ୍ତ ଜୋରଦାର

କଟକ ଚାଉଳିଆଗଞ୍ଜ ଥାନାର ଆଇଆଇସି ବିୟୁଟି ମହାନ୍ତିଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ଶ୍ୱାସରୁଦ୍ଧ ହେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି। ଏହି ତଥ୍ୟ ପ୍ରକାଶ ପାଇବା ପରେ ମୃତ୍ୟୁ ଘଟଣାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଉଛି । ଥାନା ପରିସରରେ ଥିବା ବିଶ୍ରାମାଗାରରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ କେଉଁ ପରିସ୍ଥିତିରେ ଶ୍ୱାସରୁଦ୍ଧ ହେଲେ, ତାହା ଏବେ ତଦନ୍ତର ମୁଖ୍ୟ ପ୍ରସଙ୍ଗ ପାଲଟିଛି।

ପୋଷ୍ଟମର୍ଟମ ରିପୋର୍ଟ ପରେ ଏହା ଆତ୍ମହତ୍ୟା ନା ହତ୍ୟା ତାହାକୁ ନେଇ ସନ୍ଦେହ ଆହୁରି ଗଭୀର ହୋଇଛି। ଘଟଣାର ସବୁ ଦିଗକୁ ନେଇ ଚାଉଳିଆଗଞ୍ଜ ପୁଲିସ ତଦନ୍ତ ଜାରି ରଖିଛି। ଗତକାଲି ବିୟୁଟି ମହାନ୍ତିଙ୍କ ଫୋନ ଫରେନସି ଯାଞ୍ଚ ପାଇଁ ଲ୍ୟାବକୁ ପଠାଯାଇଥିବା ବେଳେ ତଦନ୍ତକାରୀ ଦଳ ବିୟୁଟି ମହାନ୍ତିଙ୍କ କଲ୍ ଡିଟେଲ୍ସ ଓ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ ଯାଞ୍ଚ କରୁଥିବା ସୂଚନା ମିଳିଛି।

ଏହି ଘଟଣାରେ ପାହାଳ ଥାନାର ଜଣେ ପୁଲିସ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରାଯାଉଥିବା ବେଳେ ତାଙ୍କ ମୋବାଇଲ ଫୋନ୍‌କୁ ମଧ୍ୟ ଜବତ କରାଯାଇଛି। ଫୋନ୍‌ରୁ ମିଳୁଥିବା ତଥ୍ୟ ଏବଂ ଅନ୍ୟ ପ୍ରମାଣ ଆଧାରରେ ପୁଲିସ ତଦନ୍ତକୁ ଆଗକୁ ବଢ଼ାଉଛି। ବିୟୁଟି ମହାନ୍ତିଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରାଯାଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories