ନୂତନ ଭୋଟର ତାଲିକା ପ୍ରକାସିତ l
ଅସ୍ତରଙ୍ଗ, ୧୦୫,ଏସି କାକଟପୁର ବ୍ଲକ ରେ ସାଧାରଣ ନିର୍ବାଚନ ରେ ବ୍ୟବହୃତ ୧୨୩ ଟି ବୁଥ୍ ଅନ୍ତର୍ଗତ ସମସ୍ତ ବିଏଲ ଓ ମାନେ ସଂଘନ ସଂଶୋଧନ କାର୍ଯ୍ୟକ୍ରମ -୨୦୨୬ର ପରବର୍ତ୍ତୀ ସମ୍ଭାବ୍ୟ ଭୋଟର ତାଲିକା ସମସ୍ତ ବୁଥ୍ ରେ ବିଏଲଏ,୨ମାନେ ସାଧାରଣ ଜନତା ଙ୍କ ଉପସ୍ଥିତି ରେ ପ୍ରକାଶିତ କରି ଥିଲେ I ଉକ୍ତ ଭୋଟର ତାଲିକା ନିର୍ଭୁଲ, ନିରପକ୍ଷ, ସ୍ଵଛ ସହ ସାର୍ବଜନୀନ ଅଛି କି ନାହିଁ ତାହାର ସଠିକତା ବିଏଲଏ,୨ ଜଣ ସାଧାରଣ ଙ୍କ ଦ୍ୱାରା ଯାଞ୍ଚ କରାଯାଇଥିଲା l ପୂର୍ଵ ଭୋଟର ତାଲିକା ରେ ଭୋଟର ସଂଖ୍ୟା ୯୨୭୫୨ ଥିଲା ବେଳେ ଏସ ଆଇଆର ପରେ ନୂତନ ଭୋଟର ତାଲିକା ୮୭୭୧୧ ଭୋଟର ଙ୍କ ନାମ ପ୍ରକାଶ ପାଇଛି, ଯାହାକି, ପାଞ୍ଚ ହଜାର ୪୧ ଜଣ ବାଦ ପଡିଛନ୍ତି l ପୂର୍ବରୁ ୧୦୨ଟି ବୁଥ୍ ଥିଲା ବେଳେ ବର୍ତ୍ତମାନ ୧୨୩ଟି ବୁଥ୍ କରାଯାଇଛି l ଏଥି ସହିତ ନୂଆ ଭୋଟର ଙ୍କୁ ଯୋଗ କରିବା ପାଇଁ ୬ନଂ ଫର୍ମ ଓ ଭୁଲ ଭଟକା ଥିବା ଭୋଟର ମାନଙ୍କୁ ନୋଟିସ କରାଯାଇ ଅଭିଯୋଗ କୁ ସମାଧାନ କରିବା ନିମନ୍ତେ ବହୁଳ ପ୍ରଚାର ପ୍ରସାର ନିମନ୍ତେ ବିଏଲଓ ମାନେ ଅନୁରୋଧ କରା ଯାଇ ଅଛି l ଏହାର ସମସ୍ତ ଫଟୋ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରିବା ପାଇଁ ମଧ୍ୟ
ଅବଗତ କରାଯାଇଥିଲା l ଏ ସମସ୍ତ କାର୍ଯ୍ୟକ୍ରମ କୁ ବି ଏଲ ଓ, ସୁପରଭାଇଜର , ଜି ପି ଡ଼ି ଓ, ଓ ବି. ଡ଼ି. ଓ ତଥା ତହସିଲଦାର କାକଟପୁର ର ଶ୍ରୀ ନାରାୟଣ ଦୀକ୍ଷିତ ଅତି ସୁନ୍ଦର ଭାବେ ପରିଚାଳନା କରିଥିଲେ l

