କୋକସରା ଜେଏମଏଫସି କୋର୍ଟ ପରିସରରେ ୭୭ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ।
କଳାହାଣ୍ଡି,୦୭/୦୭
ତାଳୁକ ଆଇନ ସେବା ପ୍ରାଧିକରଣ ଓ ଜଙ୍ଗଲ ବିଭାଗ ପକ୍ଷରୁ କୋକସରା ଜେଏମଏଫସି କୋର୍ଟ ପରିସରରେ ମଙ୍ଗଳବାର ୭୭ ତମ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତାଳୁକ ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷା ତଥା ମାଜିଷ୍ଟ୍ରେଟ ଶ୍ରୀମତୀ ଲିପ୍ସା ରାଉତ ଙ୍କ ତତ୍ୱାବଧାନ ରେ ଆୟୋଜିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଧର୍ମଗଡ ଓ ଜୁନାଗଡ଼ ଜଙ୍ଗଲ ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ଅଧିକାରୀ, କର୍ମଚାରୀ ସମେତ ଜେଏମଏଫସି କୋର୍ଟ ର କର୍ମଚାରୀ ଓ ଆଇନଜୀବୀ ମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଅଧ୍ୟକ୍ଷା ଶ୍ରୀମତୀ ରାଉତ ଦିନକୁ ଦିନ ପ୍ରଦୂଷିତ ହେଉଥିବା ଜଳବାୟୁ ପରିବର୍ତ୍ତନ,ମଣିଷ ସମାଜ ପ୍ରତି ଏହାର କୁପରିମାଣ ପାଇଁ ପରିବେଶ ସୁରକ୍ଷା ଜରୁରୀ ଓ ଏହା କେବଳ ବୃକ୍ଷ ରୋପଣ ଓ ସବୁଜିମା ପରିବେଶ କୁ ସୁରକ୍ଷିତ ରଖିଲେ ହିଁ ଆମର ଆଗାମୀ ପିଢ଼ି ଏକ ସୁସ୍ଥ ଜୀବନ ଯାପନ କରିବେ, ପରିବେଶ କୁ ସୁରକ୍ଷିତ ରଖିବା ଆମ ପାଇଁ ଗୁରୁ ଦାଇତ୍ୱ ବୋଳି କହିଥିଲେ। କାର୍ଯ୍ୟକ୍ରମ ରେ ଧର୍ମଗଡ ରେଞ୍ଜ ଅଧିକାରୀ ଭବାନୀ ଶଙ୍କର କଅଁର ସମେତ ଧର୍ମଗଡ ଜୁନାଗଡ଼ ବନାଞ୍ଚଳ ବିଭାଗ ର ଫରେଷ୍ଟର,ଫରେଷ୍ଟ ଗାର୍ଡ,ପାରା ଫରେଷ୍ଟ କର୍ମଚାରୀ ସମେତ ବରିଷ୍ଠ ଆଇନଜୀବୀ ମନୋଜ ନାଏକ,ଲକ୍ଷ୍ମୀଧର ମେହେର, ଲକ୍ଷ୍ମୀକାନ୍ତ ଖମାରି,ରସିକ ରାଜ ଦୁର୍ଗା,ଜଗା ପଟ୍ଟନାୟକ,ସୁଜିତ ପଟ୍ଟନାୟକ ସମେତ ଜେଏମଏଫସି କୋର୍ଟ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ।

