ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର,ପୁଲିସ ର ତଦନ୍ତ ଜାରି।
କଳାହାଣ୍ଡି,୦୭/୦୭
କଳାହାଣ୍ଡି ଜିଲ୍ଲା କୋକସରା ଥାନା ମୋଟେର ଫାଣ୍ଡି ଅନ୍ତର୍ଗତ ଡହଗାଁ ପଞ୍ଚାୟତ ନାଗପଡ଼ା ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିକଟସ୍ଥ ଡଙ୍ଗର ର ଏକ ବରଗଛ ରୁ ଉଦ୍ଧାର କରିଛି ପୋଲିସ। ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରି ଘଟଣା ର ତଦନ୍ତ ଜାରି ରଖିଛି ପୁଲିସ।
ଉଦ୍ଧାର ହୋଇଥିବା ମୃତଦେହ ନାଗପଡା ଗ୍ରାମ ର ଲକ୍ଷ୍ମଣ ନାଗ ଙ୍କ ଭେଣ୍ଡିଆ ପୁଅ କିଶୋର ନାଗ (୨୨) ବୋଳି ଜଣାପଡିଛି। ସୂଚନା ଅନୁସାରେ ସେ କିଶୋର ନାଗ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଅଞ୍ଚଳ ରେ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ। ଗତ ୩ ଦିନ ତଳେ ସେ ନିଜ ଗାଁକୁ ଆସିଥିଲେ। ସୋମବାର ରାତିରେ ଖାଇସାରି ମା କୁ କିଛି ସମୟ ପରେ ଆସିବି କହି ଯାଇଥିବା ବେଳେ ଆଉ ସେ ଘର କୁ ଆସିନଥିଲେ। ସକାଳେ ପରିବାର ଲୋକେ ତାଙ୍କୁ ଘରେ ନ ପାଇ ଖୋଜାଖୋଜି କରିଥିଲେ। ପରେ ନିକଟସ୍ଥ କରଡ଼ା ଡଙ୍ଗରର ଏକ ବରଗଛରେ କିଶୋର ର ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ମୋଟେର ଫାଣ୍ଡି ପୋଲିସ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥା ଅନୁଧ୍ୟାନ ସହ ମୃତଦେହ ଉଦ୍ଧାର କରିଥିଲେ। ତେବେ ଏହା ଆତ୍ମହତ୍ୟା ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି। ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଥିବା ବେଳେ ସମସ୍ତ ଦିଗକୁ ନେଇ ପୋଲିସର ତଦନ୍ତ ଜାରି ରଖିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

