Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟାଳୟ ରେ ରନ୍ଧନ ଗ୍ୟାସ ଲିକ ରୁ ନିଆଁ,ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଗଲେ ପାଚିକା ଓ ଛାତ୍ରଛାତ୍ରୀ।

କଳାହାଣ୍ଡି,୦୭/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନରେ ଥିବା ବାଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମଙ୍ଗଳବାର ରୋଷେଇ କରୁଥିବା ବେଳେ ହଠାତ ରନ୍ଧନ ଗ୍ୟାସ ଲିକେଜ ହେବାରୁ ଗ୍ୟାସ ଟ୍ୟାଙ୍କ ରୁ ନିଆଁ ନିର୍ଗତ ହୋଇ ରୋଷେଇ ଘରେ ବ୍ୟାପି ଯାଇଥିଲା। ଏହି ସମୟରେ ବିଦ୍ୟାଳୟ ର ପାଚିକା ଶକୁନ୍ତଳା ହାତୀ ଓ ପଦ୍ମିନୀ ବେହେରା ପାଣି ଆଣିବାକୁ ଯାଇଥିବା ବେଳେ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ସମ୍ପର୍କରେ ପ୍ରଧାନ ଶିକ୍ଷକ ଅରୁଣ ଶବର ଙ୍କୁ ସୂଚନା ଦେଇଥିଲେ। ପରେ ପ୍ରଧାନ ଶିକ୍ଷକ କୋକସରା ଅଗ୍ନିଶମ ବିଭାଗ କୁ ନିଆଁ ଲାଗିଥିବା ନେଇ ସୂଚନା ଦେବାପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓଆଇସି ପ୍ରଶାନ୍ତ ବାଘ ଙ୍କ ନେତୃତ୍ୱରେ କର୍ମଚାରୀ ମାନେ ପହଞ୍ଚି ସୁରକ୍ଷିତ ଭାବେ ରନ୍ଧନ ଗ୍ୟାସ ରୁ ଟ୍ୟାଙ୍କ କୁ ଘୋଡାଇଥିଲେ, ଫଳରେ ନିଆଁ ଆୟତ୍ତ ହୋଇଥିଲା ଓ ଏକ ବଡ଼ ଦୁର୍ଘଟଣା ରୁ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ସୁରକ୍ଷିତ ଭାବେ ରକ୍ଷା ପାଇଛନ୍ତି। ସୂଚନା ମତେ ଏହି ୟୁପି ସ୍କୁଲ ରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀରେ ମୋଟ ୧୦୭ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ରନ୍ଧନ ଗ୍ୟାସ ଲିକେଜ ହୋଇ ନିଆଁ ଲାଗିବା ପରେ ବିଦ୍ୟାଳୟ ରେ ଭୟ ର ବାତାବରଣ ଦେଖିବାକୁ ମିଳିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ସ୍ମୃତି ରଞ୍ଜନ ସାମଲ,ରାଧେଶ୍ୟାମ ପ୍ରଧାନି,ଲଳିତ ପୁଟେଲ, ସୁନୀଲ ରଞ୍ଜନ ବାର୍ଳା,ହେମନ୍ତ ନାଏକ ପ୍ରମୁଖ କର୍ମଚାରୀ ଏହି ଉଦ୍ଧାର କାର୍ଯ୍ୟ ରେ ସାମିଲ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ