Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଂହ ରାଶିରେ ଶୁକ୍ରଙ୍କ ଗୋଚର: ଅଗଷ୍ଟ ୧ ପର୍ଯ୍ୟନ୍ତ ଏହି ୫ ରାଶି ସତର୍କ ରୁହନ୍ତୁ, ବଢ଼ିପାରେ ସମସ୍ୟା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶୁକ୍ର ହେଉଛନ୍ତି ଧନ, ସୁଖ, ବୈଭବ ଓ ପ୍ରେମର କାରକ | ଏବେ ଶୁକ୍ର ଗ୍ରହ ସିଂହ ରାଶିରେ ପ୍ରବେଶ କରିଛନ୍ତି। ଗତ ଜୁଲାଇ ୪ ତାରିଖ ସନ୍ଧ୍ୟା ୭ଟା ୧୮ ମିନିଟ୍‌ରେ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ଘଟିଥିବାବେଳେ ସେ ଆସନ୍ତା ଅଗଷ୍ଟ ୧ ତାରିଖ ସକାଳ ୯ଟା ୩୩ ମିନିଟ୍ ପର୍ଯ୍ୟନ୍ତ ସିଂହ ରାଶିରେ ରହିବେ। ଏହି ସମୟରେ କିଛି ରାଶିର ବ୍ୟକ୍ତିଙ୍କ ଉପରେ ଶୁକ୍ରଙ୍କ ଅଶୁଭ ପ୍ରଭାବ ପଡ଼ିପାରେ ବୋଲି ଜ୍ୟୋତିଷମାନେ ମତ ଦେଇଛନ୍ତି।

ବୃଷ ରାଶି: ଏହି ସମୟରେ ବୃଷ ରାଶିର ବ୍ୟକ୍ତିମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ | ପରିବାରରେ ମତଭେଦ ବଢ଼ିପାରେ, ଯାହା ମାନସିକ ଚାପର କାରଣ ହେବ। ଗୁରୁତ୍ୱପୂର୍ଣ୍ଣ କାମରେ ବିଳମ୍ବ ହୋଇପାରେ ଏବଂ ପ୍ରେମ ସମ୍ପର୍କରେ ମଧ୍ୟ ମନୋମାଳିନ୍ୟ ଦେଖାଦେଇପାରେ।

ମିଥୁନ ରାଶି: ସେହିପରି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ସ୍ୱାସ୍ଥ୍ୟ ସମସ୍ୟା ଓ ଅଧିକ ଚିକିତ୍ସା ଖର୍ଚ୍ଚର ଯୋଗ ରହିଛି। ପରିବାରରେ ଅସନ୍ତୋଷ ଏବଂ ଦାମ୍ପତ୍ୟ ଜୀବନରେ ବିବାଦ ବଢ଼ିପାରେ।

କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତିମାନେ କାର୍ଯ୍ୟକ୍ଷେତ୍ରରେ ଅନ୍ୟଙ୍କ ପ୍ରରୋଚନାରେ ପଡ଼ି କୌଣସି ଭୁଲ୍ ନିଷ୍ପତ୍ତି ନ ନେବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଆର୍ଥିକ ଚାପ ଓ ଋଣର ବୋଝ ବଢ଼ିପାରେ। ଜ୍ୟୋତିଷ ମତାନୁସାରେ ଅନ୍ୟ ଦୁଇଟି ରାଶି ଉପରେ ମଧ୍ୟ ଏହି ଗୋଚରର ପ୍ରଭାବ ପଡ଼ିପାରେ। ତେବେ ଏସବୁ ଧାରଣା ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ, ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ