Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏମାର ମଠର ଗୁପ୍ତ ସୁଡ଼ଙ୍ଗର ରହସ୍ୟ, ଶ୍ରୀମନ୍ଦିର ସହ ସଂଯୋଗ ଥିବା ଚର୍ଚ୍ଚା

ପୁରୀ: ପୁରୀର ପ୍ରସିଦ୍ଧ ଏମାର ମଠକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୨୦୧୧ ମସିହାରେ ମଠର ଗୁପ୍ତ କୋଠରିରୁ ୫୨୨ ଖଣ୍ଡ ରୂପା ଇଟା ଉଦ୍ଧାର ହେବା ପରେ ଏହା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଏହା ସହ ମଠ ଭିତରେ ଥିବା ଏକ ଗୁପ୍ତ ସୁଡ଼ଙ୍ଗକୁ ନେଇ ମଧ୍ୟ ବର୍ଷ ବର୍ଷ ଧରି ବିଭିନ୍ନ କାହାଣୀ ଓ ଆଲୋଚନା ଚାଲିଆସୁଛି।

ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର ମିଶ୍ରଙ୍କ ‘ଶ୍ରୀଜଗନ୍ନାଥ ଐତିହ୍ୟ ଶତକ’ ପୁସ୍ତକର ତଥ୍ୟ ଅନୁସାରେ, ଏମାର ମଠରେ ଏକ ଗୁପ୍ତ କୋଠରି ରହିଛି, ଯାହା ଅଧିକାଂଶ ସମୟ ବନ୍ଦ ରହେ। ସେହି କୋଠରି ଭିତରୁ ଏକ ଗୁପ୍ତ ସୁଡ଼ଙ୍ଗ ଯାଇଥିବା କୁହାଯାଏ। ଏହି ମଠର ପୁରୁଣା ନାମ ଥିଲା ଶ୍ରୀରାଜଗୋପାଳାଚାର୍ଯ୍ୟ ମଠ। ଶ୍ରୀରାମାନୁଜାଚାର୍ଯ୍ୟଙ୍କ ପ୍ରିୟ ଶିଷ୍ୟ ଶ୍ରୀଗୋବିନ୍ଦାଚାର୍ଯ୍ୟ, ଯିଏ ଶ୍ରୀରାଜଗୋପାଳ ନାମରେ ପରିଚିତ ଥିଲେ, ସେ ଏହି ମଠର ପ୍ରଥମ ମହନ୍ତ ଥିଲେ।

ଇତିହାସବିଦଙ୍କ ମତ ଅନୁସାରେ, ଏହି ସୁଡ଼ଙ୍ଗ ଶ୍ରୀମନ୍ଦିର ଏବଂ ସମୁଦ୍ର ଆଡ଼କୁ ଲମ୍ବିଥିବାର ଉଲ୍ଲେଖ ମିଳେ। ପୂର୍ବ ସମୟରେ ମଠର ମହନ୍ତମାନେ ଏହି ସୁଡ଼ଙ୍ଗ ଦେଇ ଶ୍ରୀମନ୍ଦିରକୁ ଯାଉଥିବା ଅନୁମାନ କରାଯାଏ। ଏପରିକି ବାଲି ସାହିର ବାଲି ନଅର ପର୍ଯ୍ୟନ୍ତ ମଧ୍ୟ ଏହାର ଏକ ଶାଖା ଥିବା କଥା ଲୋକକଥାରେ ପ୍ରଚଳିତ। ତେବେ ଏହି ଗୁପ୍ତ ସୁଡ଼ଙ୍ଗର ପ୍ରକୃତ ଅସ୍ତିତ୍ୱ ଓ ଇତିହାସ ଏବେ ମଧ୍ୟ ରହସ୍ୟ ଘେରରେ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ