Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ହଙ୍ଗାମା, ୧୨ ଜଣଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବ୍ୟାନର ହଟାଇବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ କୁଳପତି ଜ୍ୟୋସ୍ନା କେ. ବି. ରାଉତ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ପରିସରକୁ ବଳପୂର୍ବକ ପ୍ରବେଶ କରିଥିବା ୧୨ ଜଣ ଅଣଛାତ୍ରଙ୍କ ବିରୋଧରେ କଠୋର ପଦକ୍ଷେପ ନିଆଯିବ। ଘଟଣାକୁ ଗୁରୁତର ଭାବେ ନିଆଯାଇଥିବା ସେ ସ୍ପଷ୍ଟ କରିଛନ୍ତି।

କୁଳପତିଙ୍କ ସୂଚନା ଅନୁଯାୟୀ, ସକାଳେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ହୋଇଥିବା ବିବାଦର ସମାଧାନ କରାଯାଇଥିଲା। କିନ୍ତୁ ପରେ ପ୍ରାୟ ୧୨ ଜଣ ଅଣଛାତ୍ର ବଳପୂର୍ବକ କ୍ୟାମ୍ପସରେ ପ୍ରବେଶ କରି କୁଳପତିଙ୍କୁ ଭେଟିବାକୁ ଜିଦ୍ କରିଥିଲେ। ସୁରକ୍ଷା କର୍ମୀମାନେ ବାରଣ କରିବା ସତ୍ତ୍ୱେ ସେମାନେ ଭିତରକୁ ପ୍ରବେଶ କରି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହଙ୍ଗାମା କରିଥିଲେ। ଏପରିକି ଅଶାଳୀନ ଭାଷା ବ୍ୟବହାର କରି ବିଶ୍ୱବିଦ୍ୟାଳୟର ପରିବେଶକୁ ଅଶାନ୍ତ କରିଥିଲେ।

ଏହି ଘଟଣାକୁ କଡ଼ା ନିନ୍ଦା କରି କୁଳପତି କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହାକୁ ନେଇ ଜରୁରୀ ବୈଠକ କରାଯାଇଛି। ଘଟଣା ସମ୍ପର୍କରେ ପୋଲିସରେ ଲିଖିତ ଅଭିଯୋଗ ଦାଖଲ କରାଯିବ ଏବଂ ଦୋଷୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ହେବ। ବର୍ତ୍ତମାନ କ୍ୟାମ୍ପସର ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିବା ସେ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ