କାଲି ଓଡ଼ିଶା ଆସିବେ ଉପରାଷ୍ଟ୍ରପତି; ଭୁବନେଶ୍ୱରରେ ଏୟାରପୋର୍ଟ ଛକରୁ ଓୟୁଏଟି ଛକ ପର୍ଯ୍ୟନ୍ତ ଟ୍ରାଫିକ କଟକଣା
ଆସନ୍ତାକାଲି ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରରେ ସ୍ୱତନ୍ତ୍ର ଟ୍ରାଫିକ କଟକଣା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଏୟାରପୋର୍ଟ ଛକରୁ ଓୟୁଏଟି ଛକ ପର୍ଯ୍ୟନ୍ତ ଯାନବାହନ ଚଳାଚଳ ଉପରେ ସାମୟିକ ନିୟନ୍ତ୍ରଣ ଲାଗୁ ହେବ।
ପୋଲିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସକାଳ ୧୦ଟା ୨୫ ମିନିଟ୍ରୁ ୧୦ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଏୟାରପୋର୍ଟ ଛକରୁ ଓୟୁଏଟି ଛକ ମଧ୍ୟରେ ଟ୍ରାଫିକ କଟକଣା ବଳବତ୍ତର ରହିବ। ଏହାସହ ଲୋକସେବା ଭବନ ଓ ପାୱାର ହାଉସ ଛକ ଅଞ୍ଚଳରେ ମଧ୍ୟ ଯାନବାହନ ଚଳାଚଳ ଉପରେ ନିୟନ୍ତ୍ରଣ ରହିବ। ସେହିପରି ଅପରାହ୍ନ ୩ଟା ୫୫ ମିନିଟ୍ରେ ଜୟଦେବ ବିହାର ଛକରେ ମଧ୍ୟ ସାମୟିକ ଟ୍ରାଫିକ କଟକଣା ଲାଗୁ ହେବ। ଏହି ସମୟରେ ସହରବାସୀଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବା ସହ ପୋଲିସର ଟ୍ରାଫିକ ପରାମର୍ଶ ପାଳନ କରିବାକୁ ଅନୁରୋଧ କରାଯାଇଛି।

