Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ୱ ଉପରେ ଗ୍ୟାସ୍-ତେଲ ସଙ୍କଟର ଛାୟା! ଇରାନର ପାଲଟା ଆକ୍ରମଣ, ଚୁକ୍ତି ଶେଷ କଲେ ଟ୍ରମ୍ପ

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍‌ରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ପରେ ଆମେରିକା ଓ ଇରାନ ମଧ୍ୟରେ ସାମରିକ ସଂଘର୍ଷ ତୀବ୍ର ହୋଇଛି। ଆମେରିକା ଇରାନର ଏୟାର ଡିଫେନ୍ସ ସିଷ୍ଟମ, ମିସାଇଲ ଏବଂ ଡ୍ରୋନ୍ ଘାଟି ଉପରେ ବ୍ୟାପକ ଏୟାର ଷ୍ଟ୍ରାଇକ୍ କରିଥିବାବେଳେ, ଇରାନ ମଧ୍ୟ ଆମେରିକୀୟ ଏବଂ ସହଯୋଗୀ ଦେଶଗୁଡ଼ିକର ସାମରିକ ଘାଟିକୁ ଟାର୍ଗେଟ କରି ପାଲଟା ମିସାଇଲ ଆକ୍ରମଣ କରିଥିବା ଦାବି କରିଛି। ଏହି ପରିସ୍ଥିତି ବିଶ୍ୱ ବଜାରରେ ତେଲ ଓ ଗ୍ୟାସ୍ ଯୋଗାଣ ବାଧାପ୍ରାପ୍ତ ହେବା ସହ ଦର ବୃଦ୍ଧିର ଆଶଙ୍କା ସୃଷ୍ଟି କରିଛି।

ଇରାନର ଇସ୍ଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (IRGC) ଦାବି କରିଛି ଯେ ବାହାରିନ ଓ କୁଏତରେ ଥିବା ଆମେରିକାର ଅନେକ ସାମରିକ ଘାଟିକୁ ଟାର୍ଗେଟ କରାଯାଇଛି। ଏହାପରେ ଉଭୟ ଦେଶରେ ଏୟାର ଆଲର୍ଟ ଜାରି କରାଯାଇଥିଲା। କୁଏତ ପକ୍ଷରୁ କୁହାଯାଇଛି ଯେ ତାଙ୍କର ଏୟାର ଡିଫେନ୍ସ ସିଷ୍ଟମ ଅନେକ ମିସାଇଲ ଓ ଡ୍ରୋନ୍‌କୁ ଭୂପାତିତ କରିଛି। ଅନ୍ୟପକ୍ଷରେ ଇରାନ ସ୍ପଷ୍ଟ କରିଛି ଯେ କୌଣସି ଚାପ ସମ୍ମୁଖରେ ସେ ମୁଣ୍ଡ ନୁଆଁଇବ ନାହିଁ।

ଏହି ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ହୋଇଥିବା ଅସ୍ଥାୟୀ ଶାନ୍ତି ଚୁକ୍ତିକୁ ଶେଷ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ତେହେରାନ ସହ ଆଉ ଆଲୋଚନା କରିବାକୁ ସେ ଇଚ୍ଛୁକ ନୁହନ୍ତି ଏବଂ ଏଭଳି ଆଲୋଚନା କେବଳ “ସମୟର ଅପଚୟ”। ଏହା ସହ ଇରାନକୁ ତେଲ ରପ୍ତାନି ପାଇଁ ଦିଆଯାଇଥିବା ସ୍ୱତନ୍ତ୍ର ଛାଡ଼କୁ ମଧ୍ୟ ଆମେରିକା ପ୍ରତ୍ୟାହାର କରିଛି। ଫଳରେ ବିଶ୍ୱ ଉର୍ଜା ବଜାରରେ ଅନିଶ୍ଚିତତା ବଢ଼ିବା ସହ ତେଲ ଓ ଗ୍ୟାସ୍ ଦର ଉପରେ ଚାପ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ