Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୋଲିବ ହୀରାକୁଦ ଗେଟ; କଟକରେ ହାଇ ଆଲର୍ଟ! ମହାନଦୀକୁ ଓହ୍ଲାଇବା ମନା

କଟକ: ହୀରାକୁଦ ଜଳଭଣ୍ଡାରରୁ ଆଜି ପ୍ରଥମ ପର୍ଯ୍ୟାୟର ବନ୍ୟାଜଳ ନିଷ୍କାସନ ହେବାକୁ ଥିବାରୁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇ ଆଲର୍ଟ ଜାରି କରାଯାଇଛି। ମହାନଦୀ ଅବବାହିକାରେ ଜଳସ୍ତର ହଠାତ୍ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ସତର୍କତା ବଢ଼ାଯାଇଛି।

ନଦୀରେ ଜଳପ୍ରବାହ ବୃଦ୍ଧି ଏବଂ ସ୍ଥାନୀୟ ବନ୍ୟା ଆଶଙ୍କାକୁ ଦୃଷ୍ଟିରେ ରଖି ବିପର୍ଯ୍ୟୟ ପରିଚାଳନା ଆଇନ–୨୦୦୫ର ଧାରା–୩୪ ଅନୁଯାୟୀ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ କଡ଼ା ପ୍ରତିବନ୍ଧକମୂଳକ ଆଦେଶ ଜାରି କରିଛନ୍ତି। ଏହା ଅନୁଯାୟୀ ମହାନଦୀକୁ ଓହ୍ଲାଇବା, ସେଲ୍‌ଫି କିମ୍ବା ଭିଡିଓ ସୁଟିଂ କରିବା ଉପରେ କଟକଣା ଲାଗିଥିବାବେଳେ ବାଲିଘାଟଗୁଡ଼ିକୁ ମଧ୍ୟ ବନ୍ଦ ରଖାଯାଇଛି।

ପୂର୍ବରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ବାତିଲ କରି ନୂଆ ନିର୍ଦ୍ଦେଶାବଳୀକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ନଦୀକୂଳବାସୀଙ୍କୁ ସତର୍କ ରହିବା ସହ ପ୍ରଶାସନର ପରାମର୍ଶ ମାନିବାକୁ ଅନୁରୋଧ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories