Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିମାନବନ୍ଦର ସୁରକ୍ଷା ପାଇଁ ବିଏମସିର କଡ଼ା ପଦକ୍ଷେପ, ଉଚ୍ଚ ନିର୍ମାଣକୁ ନୋଟିସ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ବଡ଼ ପଦକ୍ଷେପ ନେଇଛି। ବିମାନ ଚଳାଚଳରେ ବାଧା ସୃଷ୍ଟି କରିପାରୁଥିବା ଉଚ୍ଚ ନିର୍ମାଣଗୁଡ଼ିକର ଉଚ୍ଚତା କମାଇବା କିମ୍ବା ସେଗୁଡ଼ିକୁ ହଟାଇବା ପାଇଁ ବିଏମସି ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ପକ୍ଷରୁ କରାଯାଇଥିବା ସର୍ଭେରେ ବିମାନବନ୍ଦର ଚାରିପାଖରେ ଥିବା କେତେକ ନିର୍ମାଣ ନିର୍ଦ୍ଧାରିତ ଉଚ୍ଚତା ସୀମା ଅତିକ୍ରମ କରିଥିବା ଚିହ୍ନଟ ହୋଇଛି। ଏହାକୁ ଗୁରୁତ୍ୱର ସହ ନେଇ ବିଏମସି ୱାଟକୋ ଓ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ନୋଟିସ ଜାରି କରିଛି। ବିମାନବନ୍ଦର ନିକଟରେ ଥିବା ଏକ ଓଭରହେଡ୍ ୱାଟର ଟ୍ୟାଙ୍କର ଉଚ୍ଚତା କମାଇବା କିମ୍ବା ଆବଶ୍ୟକ ହେଲେ ତାହାକୁ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

କେବଳ ସରକାରୀ ନିର୍ମାଣ ନୁହେଁ, ବ୍ୟକ୍ତିଗତ ମାଲିକାନାର ଉଚ୍ଚ ନିର୍ମାଣ ଉପରେ ମଧ୍ୟ ବିଏମସି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସାତ ଦିନ ମଧ୍ୟରେ ନିଜ ନିର୍ମାଣର ଉଚ୍ଚତା କମାଇବାକୁ ବିଏମସି ନୋଟିସ ଜାରି କରିଛି। ବିଏମସି ସ୍ପଷ୍ଟ କରିଛି ଯେ, ନିର୍ଦ୍ଦେଶ ପାଳନ ନ କଲେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦର ପରିସରରେ ଉଚ୍ଚ ନିର୍ମାଣ ଉପରେ ନଜରଦାରୀକୁ ଆହୁରି ଜୋରଦାର କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories