Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୯ ଦିନ ପରେ ୧୨ ଫୁଟ୍ ତଳୁ ମିଳିଲା ୧୪ ବର୍ଷୀୟ ଛାତ୍ରଙ୍କ ମୃତଦେହ! ହତ୍ୟା ପଛର କାରଣ ଖୋଜୁଛି ପୁଲିସ

ବିହାରର ସମସ୍ତିପୁର ଜିଲ୍ଲାରେ ନିଖୋଜ ଥିବା ୧୪ ବର୍ଷୀୟ ଛାତ୍ର ଇଶାନ୍ତ କୁମାର ଓରଫ୍ ଛୋଟୁଙ୍କ ମୃତଦେହ ୨୯ ଦିନ ପରେ ମାଟି ତଳୁ ଉଦ୍ଧାର ହୋଇଛି। ବିଦ୍ୟାପତିନଗର ଥାନା ଅନ୍ତର୍ଗତ ଲଖନପୁର ଗାଁର କଲନା ଚଉର ଅଞ୍ଚଳରେ ପ୍ରାୟ ୧୨ ଫୁଟ୍ ଗଭୀର ଗାତ ଖୋଳି ପୁଲିସ ପ୍ଲାଷ୍ଟିକରେ ପ୍ଲାଷ୍ଟିକ୍ ଚାଦରରେ ଗୁଡ଼ାଯାଇଥିବା ମୃତଦେହକୁ ଉଦ୍ଧାର କରିଛି। ଜୁନ୍ ୧୦ ତାରିଖରୁ ନିଖୋଜ ଥିବା ଏହି ନବମ ଶ୍ରେଣୀ ଛାତ୍ରଙ୍କୁ ପରିବାର ଲୋକେ ଦୀର୍ଘ ୨୯ ଦିନ ଧରି ଅପେକ୍ଷା କରିଥିଲେ, କିନ୍ତୁ ଶେଷରେ ମୃତଦେହ ମିଳିବା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।

ଏହି ମାମଲାରେ ଆତ୍ମସମର୍ପଣ କରିଥିବା ଅଭିଯୁକ୍ତ ଆନନ୍ଦୀ ସିଂହଙ୍କୁ ପୁଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ନେତୃତ୍ୱରେ ଜେସିବି ସହାୟତାରେ ଖୋଳାଖୋଳି କରାଯାଇ ମୃତଦେହ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ହତ୍ୟା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଶବକୁ ଜନଶୂନ୍ୟ ସ୍ଥାନରେ ଗଭୀର ଗାତ ଖୋଳି ପୋତି ଦିଆଯାଇଥିଲା। ଘଟଣାସ୍ଥଳରୁ ଫରେନସିକ୍ ଟିମ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ନମୁନା ସଂଗ୍ରହ କରିଛି।

ଶବ ଉଦ୍ଧାର ଖବର ପାଇବା ପରେ ପରିବାରରେ ଶୋକର ବାତାବରଣ ଖେଳି ଯାଇଥିଲା। ପୁଅର ଫେରିବା ଆଶାରେ ୨୯ ଦିନ ଧରି ଅପେକ୍ଷା କରୁଥିବା ମା’ ମୃତଦେହ ଦେଖି ଅଚେତ ହୋଇପଡ଼ିଥିବାବେଳେ ବାପା, ଭାଇ ଓ ଭଉଣୀଙ୍କ କାନ୍ଦବୋବାଳିରେ ପରିବେଶ ଭାରାକ୍ରାନ୍ତ ହୋଇଯାଇଥିଲା। ଏବେ ହତ୍ୟା ପଛର ପ୍ରକୃତ କାରଣ, ଷଡ଼ଯନ୍ତ୍ର ଏବଂ ଏଥିରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ପ୍ରମାଣ ମିଳିବା ପରେ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ