Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୨ ଘଣ୍ଟା ପରେ ମାଲ୍ୟଗିରି ପାହାଡ଼ରୁ ଉଦ୍ଧାର ହେଲେ ୩ ଯୁବକ; ବାଟବଣା ହୋଇ ଫସି ରହିଥିଲେ

ଅନୁଗୋଳ: ଅନୁଗୋଳ ଜିଲ୍ଲା ପାଲଲହଡାର ମାଲ୍ୟଗିରି ପାହାଡ଼ରେ ବାଟବଣା ହୋଇ ଫସି ରହିଥିବା ୩ ଜଣ ଯୁବକଙ୍କୁ ପ୍ରାୟ ୨୨ ଘଣ୍ଟାର ରେସ୍କ୍ୟୁ ଅପରେସନ୍ ପରେ ଅଗ୍ନିଶମ ବାହିନୀ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଯୁବକମାନେ କେନ୍ଦୁଝର ଜିଲ୍ଲାର ଘନାଶ୍ୟାମ ପାତ୍ର, ଅନନ୍ତ ମୁଣ୍ଡା ଓ ପଦ୍ମିନ ମହାନ୍ତ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବୁଧବାର କେନ୍ଦୁଝରର ୧୩ ଜଣ ଯୁବକ ମାଲ୍ୟଗିରି ପାହାଡ଼ ବୁଲିବାକୁ ଯାଇଥିଲେ। ଫେରିବା ବେଳେ ୬ ଜଣ ପ୍ରଥମେ ତଳକୁ ଆସିଥିବା ବେଳେ ପରେ ଆଉ ୪ ଜଣ ସୁରକ୍ଷିତ ଭାବେ ଓହ୍ଲାଇ ଆସିଥିଲେ। କିନ୍ତୁ ଅବଶିଷ୍ଟ ୩ ଜଣ ଯୁବକ ପାହାଡ଼ର ଉପର ଅଞ୍ଚଳକୁ ଚଢ଼ି ଯାଇ ବାଟବଣା ହୋଇଯାଇଥିଲେ। ଅନ୍ଧାର ହୋଇଯିବାରୁ ସେମାନେ ତଳକୁ ଫେରିପାରିନଥିଲେ।

ଖବର ପାଇ ପାଲଲହଡା ଅଗ୍ନିଶମ ବାହିନୀ ତୁରନ୍ତ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲା। ଦୀର୍ଘ ୨୨ ଘଣ୍ଟାର ଉଦ୍ୟମ ପରେ ଗୁରୁବାର ସମସ୍ତ ୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଏହି ଘଟଣା ପରେ ପାହାଡ଼ିଆ ଅଞ୍ଚଳକୁ ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ