Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହଷ୍ଟେଲରେ ପଶିଲା ବିଷାକ୍ତ ସାପ! ୪ ଜଣ ଛାତ୍ରୀଙ୍କୁ କାମୁଡ଼ିଲା, ଜଣେ ମୃତ

ରାଞ୍ଚି: ଝାଡ଼ଖଣ୍ଡର ଲୋହାରଦଗା ଜିଲ୍ଲାର ଏକ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଏକ ଅଭାବନୀୟ ଘଟଣା ଘଟିଛି | ବିଳମ୍ୱିତ ରାତିରେ ହଷ୍ଟେଲ ଭିତରକୁ ଏକ ବିଷାକ୍ତ ସାପ ପଶି ୪ ଜଣ ଛାତ୍ରୀଙ୍କୁ କାମୁଡ଼ି ଦେଇଛି । ଯେଉଁଥିରେ ଜଣେ ୧୨ ବର୍ଷୀୟା ଛାତ୍ରୀଙ୍କର ଜୀବନ ଚାଲି ଯାଇଛି। ଏହାସହିତ ଅନ୍ୟ ତିନିଜଣ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି |

ଏହି ଘଟଣାଟି କୁଡୁ ଥାନା ଅଞ୍ଚଳର ସାମସିରା ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟରେ ଘଟିଛି। ସମସ୍ତ ଛାତ୍ରୀ ଗୋଟିଏ କୋଠରୀରେ ଶୋଇଥିବା ବେଳେ ସାପଟି ସେମାନଙ୍କୁ କାମୁଡ଼ିଦେଇଥିଲା। ଏହା ଜାଣିବା ପରେ ହଷ୍ଟେଲ କର୍ମଚାରୀମାନେ ତୁରନ୍ତ ସମସ୍ତଙ୍କୁ ହସ୍ପିଟାଲକୁ ନେଇ ଯାଇଥିଲେ ।

ସେଠାରେ ୧୨ ବର୍ଷୀୟା ବର୍ଷା ଓରାଓଁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ତିନି ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ଚିକିତ୍ସା ସଦର ହସ୍ପିଟାଲରେ ଚାଲିଥିବାବେଳେ ଆଉ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ପରେ ହସ୍ପିଟାଲରେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦାଙ୍କ ଭିଡ଼ ଜମିଥିଲା। ଏହି ଘଟଣା ଘଟିବ ପରେ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥା ଉପରେ ବଡ ପ୍ରଶ୍ନ ଉଠିଛି | ରାତି ଅଧାରେ ସାପ କିପରି ପଶିଲା ହଷ୍ଟେଲ ଭିତରେ ତାହାକୁ ନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ