Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାବଧାନ! ଆଜିଠାରୁ ରାଜ୍ୟବ୍ୟାପୀ କଡ଼ା ହେବ ଗାଡ଼ି ଯାଞ୍ଚ, ଫିଟନେସ କି ପଞ୍ଜିକରଣ ନଥିଲେ ଜବତ ହେବ ଗାଡି

ଭୁବନେଶ୍ୱର: ଏଣିକି ରାଜ୍ୟରେ ଯାଞ୍ଚ ହେବ ଆହୁରି କଡାକଡି | ଯାଞ୍ଚ ବ୍ୟବସ୍ଥାକୁ କଠୋର କରିବାକୁ ପରିବହନ ବିଭାଗ ଆରଟିଓ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି | ଏଣିକି ବୈଧ ପ୍ରମାଣ ପତ୍ର ନ ଥିଲେ ଆଉ ଚାଲାଣ ନୁହେଁ ସିଧା ଗାଡି ଜବତ ହେବ! ବିନା ଫିଟନେସ୍ ସାର୍ଟିଫିକେଟ୍, ବୈଧ ବୀମା ଓ ପରମିଟ୍‌ରେ ଚାଲୁଥିବା ଯାନବାହନ ବିରୋଧରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA) ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଆରମ୍ଭ କରିଛି। ରାଜ୍ୟବ୍ୟାପୀ ଚାଲୁଥିବା ଏହି ଅଭିଯାନରେ ବ୍ୟବସାୟିକ ଓ ବ୍ୟକ୍ତିଗତ ଉଭୟ ପ୍ରକାରର ଯାନର କାଗଜପତ୍ର ଯାଞ୍ଚ କରାଯାଉଛି। ସୂଚନା ଅନୁସାରେ, କଟକରେ ଏପର୍ଯ୍ୟନ୍ତ ୫୬ଟି ଗାଡ଼ି ଜବତ କରାଯାଇଥିବା ବେଳେ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଯାଞ୍ଚ ଜୋରଦାର ଚାଲିଛି।

କଟକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO) ପକ୍ଷରୁ ଜବତ ହୋଇଥିବା ଗାଡ଼ି ମଧ୍ୟରେ ଅଟୋ-ରିକ୍ସା, ଟ୍ରାକ୍ଟର, ମୋଟରସାଇକେଲ ଏବଂ ମାଲବାହୀ ଯାନ ସାମିଲ ରହିଛି। ଯେଉଁ ଗାଡ଼ିରେ ଫିଟନେସ୍ ସାର୍ଟିଫିକେଟ୍, ବୀମା କିମ୍ବା ପରମିଟ୍ ସମ୍ପର୍କିତ ତ୍ରୁଟି ଚିହ୍ନଟ ହେଉଛି, ସେଗୁଡ଼ିକୁ ଘଟଣାସ୍ଥଳରେ ହିଁ ଜବତ କରାଯାଉଛି। କଟକ ସମେତ ପୁରୀ, ଭୁବନେଶ୍ୱର, ତାଳଚେର, ନୂଆପଡ଼ା, ବାଲେଶ୍ୱର ଓ ଜଗତସିଂହପୁରରେ ମଧ୍ୟ ଏହି ଅଭିଯାନ ଚାଲିଛି।

STA କହିଛି, ସଡ଼କ ସୁରକ୍ଷାକୁ ଦୃଢ଼ କରିବା ପାଇଁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଯାଇଛି। ବାରମ୍ବାର ନିୟମ ଭାଙ୍ଗୁଥିବା ଗାଡ଼ି ମାଲିକଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଅଭିଯାନ ସମୟରେ ବିଭିନ୍ନ ଟୋଲ ପ୍ଲାଜାରୁ ସଂଗୃହୀତ ତଥ୍ୟ ଅନୁଯାୟୀ ବାନ୍ଦଲୋ, ମାଙ୍ଗୁଳି, ପିପିଲି, ସେରଗଡ଼, ଗୁଡ଼ିପଡ଼ା ଓ ଗଙ୍ଗପଡ଼ା ଟୋଲ ପ୍ଲାଜାରେ ହଜାର ହଜାର ନିୟମ ଉଲ୍ଲଂଘନ ଘଟଣା ରେକର୍ଡ ହୋଇଥିବାରୁ ପରିବହନ ବିଭାଗ ସତର୍କ ରହିବାକୁ ଯାନ ଚାଳକଙ୍କୁ ପରାମର୍ଶ ଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories