Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୪୨ ବର୍ଷ ପରେ, ଲର୍ଡ୍ସରେ ସୃଷ୍ଟି ହେବ ନୂଆ ଇତିହାସ! ଆଜିଠୁ ଭାରତ-ଇଂଲଣ୍ଡ ମହିଳା ଟେଷ୍ଟ

ଲଣ୍ଡନ: ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ ଆଜି ଏକ ନୂଆ ଇତିହାସର ସାକ୍ଷୀ ହେବାକୁ ଯାଉଛି। ପ୍ରଥମ ଥର ପାଇଁ ଏହି ପ୍ରସିଦ୍ଧ ଷ୍ଟାଡିୟମରେ ମହିଳା ଟେଷ୍ଟ ମ୍ୟାଚ୍ ଆୟୋଜିତ ହେବ। ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଆଜିଠାରୁ ଆରମ୍ଭ ହେଉଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ ସହ ୧୪୨ ବର୍ଷର ପରମ୍ପରାରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଏହି ଐତିହାସିକ ମ୍ୟାଚ୍‌କୁ ନେଇ ଉଭୟ ଦେଶର କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଛି।

ଭାରତୀୟ ଦଳ ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱରେ ସିରିଜ୍ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ସ୍ମୃତି ମନ୍ଧନା, ଶେଫାଳି ବର୍ମା, ରିଚା ଘୋଷ ଓ ଦୀପ୍ତି ଶର୍ମାଙ୍କ ଭଳି ଅଭିଜ୍ଞ ବ୍ୟାଟରଙ୍କ ସହ କ୍ରାନ୍ତି ଗୌଡ଼ ଓ ସ୍ନେହ ରାଣାଙ୍କ ଉପରେ ବୋଲିଂର ଦାୟିତ୍ୱ ରହିବ। ଅନ୍ୟପକ୍ଷରେ ଇଂଲଣ୍ଡ ଦଳର ନାତାଲି ସ୍କିଭର-ବ୍ରଣ୍ଟ, ହିଦର ନାଇଟ୍‌, ଟାମି ବିଉମଣ୍ଟ, ସୋଫି ଏକ୍ଲେଷ୍ଟୋନ ଓ ଲାଉରେନ ଫିଲର ଭାରତ ପାଇଁ କଡ଼ା ଚ୍ୟାଲେଞ୍ଜ ସୃଷ୍ଟି କରିପାରନ୍ତି।

ଦୁଇ ଦଳ ମଧ୍ୟରେ ଏପର୍ଯ୍ୟନ୍ତ ୧୬ଟି ମହିଳା ଟେଷ୍ଟ ମ୍ୟାଚ୍ ଖେଳାଯାଇଛି। ସେଥିରୁ ଭାରତ ୩ଟି ଏବଂ ଇଂଲଣ୍ଡ ଗୋଟିଏ ମ୍ୟାଚ୍ ଜିତିଥିବା ବେଳେ ଅବଶିଷ୍ଟ ୧୨ଟି ଡ୍ର’ ହୋଇଛି। ୨୦୨୩ରେ ଭାରତ ଶେଷ ଥର ପାଇଁ ଇଂଲଣ୍ଡକୁ ଟେଷ୍ଟରେ ପରାସ୍ତ କରିଥିଲା। ଏହି ପୃଷ୍ଠଭୂମିରେ ଲର୍ଡ୍ସରେ ହେବାକୁ ଯାଉଥିବା ଏହି ଐତିହାସିକ ମୁକାବିଲା କେବଳ ବିଜୟ ପାଇଁ ନୁହେଁ, ବରଂ ମହିଳା କ୍ରିକେଟ୍ ଇତିହାସରେ ଏକ ସ୍ମରଣୀୟ ଅଧ୍ୟାୟ ଭାବେ ସ୍ଥାନ ପାଇବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories