Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମୁଦ୍ର ଉପରେ ନିର୍ମାଣ ହେବ ଭାରତର ପ୍ରଥମ ବିମାନ ବନ୍ଦର!

ନୂଆଦିଲ୍ଲୀ: ଏବେ ଆଉ କେବଳ ଜମିରେ ନୁହେଁ, ସମୁଦ୍ର ଉପରେ ମଧ୍ୟ ଅବତରଣ କରିବ ବିମାନ। ଭାରତରେ ପ୍ରଥମ ଥର ପାଇଁ ସମୁଦ୍ର ମଝିରେ ନିର୍ମାଣ ହେବ ଅତ୍ୟାଧୁନିକ ଅଫଶୋର ବିମାନବନ୍ଦର। କୃତ୍ରିମ ଦ୍ୱୀପ ଉପରେ ପ୍ରସ୍ତୁତ ହେବାକୁ ଥିବା ଏହି ବିମାନବନ୍ଦର ଦେଶର ବିମାନ ଚଳାଚଳ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ଏହି ପ୍ରକଳ୍ପ ମହାରାଷ୍ଟ୍ରର ପାଲଘର ଜିଲ୍ଲାର କୋର ବିଚ୍‌ ନିକଟ ଆରବ ସାଗରରେ ନିର୍ମାଣ ହେବ। ଜାପାନ, ହଂକଂ ଓ ଦକ୍ଷିଣ କୋରିଆର ଅଫଶୋର ବିମାନବନ୍ଦର ମଡେଲକୁ ଆଧାର କରି ଏହାକୁ ପ୍ରସ୍ତୁତ କରାଯିବାର ଯୋଜନା ରହିଛି |। ଜମିର ଅଭାବ ଦୂର କରିବା ପାଇଁ ସମୁଦ୍ରରେ କୃତ୍ରିମ ଭୂମି ସୃଷ୍ଟି କରାଯିବ। ଏହି ମେଗା ପ୍ରକଳ୍ପ ପାଇଁ ପ୍ରାୟ ₹୪୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ପ୍ରାୟ ₹୨୫ ହଜାର କୋଟି କେବଳ ସମୁଦ୍ରରେ ଭୂମି ପ୍ରସ୍ତୁତ କରିବାରେ ବ୍ୟୟ ହେବ। ମହାରାଷ୍ଟ୍ର ବିମାନବନ୍ଦର ବିକାଶ ନିଗମ (MADC) ଏହି ପ୍ରକଳ୍ପର ଦାୟିତ୍ୱ ନେଇଛି।

ନୂତନ ବିମାନବନ୍ଦରର ବାର୍ଷିକ ଯାତ୍ରୀ କ୍ଷମତା ୯ କୋଟି ରହିବ। ଏହା କେବଳ ଯାତ୍ରୀବାହୀ ବିମାନ ନୁହେଁ, ବରଂ ବୃହତ କାର୍ଗୋ ହବ୍ ଭାବେ ମଧ୍ୟ କାମ କରିବ। ପ୍ରସ୍ତାବିତ ବଧବନ ବନ୍ଦର ସହ ସଂଯୋଗ ହେବା ଫଳରେ ବାଣିଜ୍ୟ, ରପ୍ତାନି ଓ ଦେଶର ଅର୍ଥନୀତିକୁ ବଡ଼ ଲାଭ ମିଳିବ ବୋଲି ଆଶା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories