Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭକ୍ତଙ୍କୁ ନେଇ ସୋଫିଆଙ୍କ ବିସ୍ଫୋରକ ମନ୍ତବ୍ୟ; କହିଲେ ” କଂଗ୍ରେସ ଦଳକୁ ଯେଭଳି ଭାବେ ଆଗକୁ ନିଆଯିବା କଥା, ସେପରି ହେଉନାହିଁ”

ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପୁଣିଥରେ ପଦାକୁ ଆସିଛି। ନିଲମ୍ବିତ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ କାର୍ଯ୍ୟଶୈଳୀକୁ ନେଇ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ରାଜ୍ୟ କଂଗ୍ରେସରେ କିଛି ଠିକ୍ ଚାଲୁନାହିଁ ଏବଂ ଦଳକୁ ଯେଭଳି ଭାବେ ଆଗକୁ ନିଆଯିବା କଥା, ସେପରି ହେଉନାହିଁ।

ବିଧାନସଭା ସ୍ଥାୟୀ କମିଟି ବୈଠକ ପରେ ସୋଫିଆ ଏଭଳି ବୟାନ ଦେଇଛନ୍ତି , ରାହୁଲ ଗାନ୍ଧୀଙ୍କ ଭିଜନ୍‌କୁ ରାଜ୍ୟରେ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଉନାହିଁ ବୋଲି ସେ କହିଛନ୍ତି । ପାଠ୍ୟପୁସ୍ତକରେ ଶତାଧିକ ତ୍ରୁଟି ଥିବା ସତ୍ତ୍ୱେ କଂଗ୍ରେସ ସରକାରଙ୍କ ବିରୋଧରେ ଆଶାନୁରୂପ ଆନ୍ଦୋଳନ କରିନାହିଁ। ବିଜେଡି ଦୁର୍ବଳ ହେଉଥିବାରୁ କଂଗ୍ରେସ ପାଇଁ ଏହା ସୁବର୍ଣ୍ଣ ସୁଯୋଗ ବୋଲି ସେ ମତ ରଖିଛନ୍ତି।

ତେବେ ସୋଫିଆଙ୍କ ମନ୍ତବ୍ୟ ପରେ ପିସିସି ପକ୍ଷରୁ ତୁରନ୍ତ ପ୍ରତିକ୍ରିୟା ଆସିଛି। ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ କହିଛନ୍ତି, ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ କଂଗ୍ରେସ ରାଜ୍ୟବ୍ୟାପୀ ମହିଳା ସୁରକ୍ଷା, ଚାଷୀ ସମସ୍ୟା, ନାରୀ ନିର୍ଯାତନା ଏବଂ ଭିଡ଼ ହିଂସା ଭଳି ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ କରିଆସୁଛି। ସୋଫିଆଙ୍କ ଅଭିଯୋଗ ଭିତ୍ତିହୀନ ଓ ଅଯଥା ବୋଲି ସେ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ