ଅଦିନିଆ ରଥଯାତ୍ରାକୁ ରୋକ; ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବନ୍ଦ ହେଲା ଆୟୋଜନ
ରାଜସ୍ଥାନ: ରାଜସ୍ଥାନର ସିକର ଜିଲ୍ଲାରେ ଜୁଲାଇ ୧୦ରେ ହେବାକୁ ଥିବା ଅଦିନିଆ ରଥଯାତ୍ରା ଉପରେ ରୋକ ଲାଗିଛି। ସିକର ଜିଲ୍ଲା ମାଜିଷ୍ଟ୍ରେଟ ରଥଯାତ୍ରା ଆୟୋଜନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାପୂର୍ବରୁ ପୁରୀ ଜିଲ୍ଲାପାଳ ସିକର ପ୍ରଶାସନଙ୍କୁ ଚିଠି ଲେଖି ତିଥି ଅନୁସାରେ ରଥଯାତ୍ରା ପାଳନ କରିବାକୁ ଅନୁରୋଧ କରିଥିଲେ। ସନାତନ ପରମ୍ପରାକୁ ସମ୍ମାନ ଦେଇ ଅଦିନରେ ରଥଯାତ୍ରା ନ କରିବାକୁ ସେ ପରାମର୍ଶ ଦେଇଥିଲେ। ପରେ ସିକର ତହସିଲଦାର ମଧ୍ୟ ଖାଟୁଶ୍ୟାମ ମଣ୍ଡଳକୁ ରଥଯାତ୍ରା ବନ୍ଦ ରଖିବାକୁ ଅନୁରୋଧ କରିଥିଲେ। ଏହାପରେ ଜିଲ୍ଲା ପ୍ରଶାସନ ରଥଯାତ୍ରା ଉପରେ ରୋକ ଲଗାଇଛି।

