Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମା’ଙ୍କ ପୁରୁଷବନ୍ଧୁ ସାଜିଲେ ନରରାକ୍ଷସ; ୧୪ ବର୍ଷର ଝିଅକୁ ବାରମ୍ବାର ଦୁଷ୍କର୍ମ, ଗର୍ଭବତୀ ପରେ ଜବରଦସ୍ତି ଗର୍ଭପାତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ ଜଣେ ୧୪ ବର୍ଷୀୟ ନାବାଳିକାଙ୍କୁ ତାଙ୍କ ମା’ଙ୍କ ପୁରୁଷବନ୍ଧୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା (ନଂ. ୧୭୯/୨୬) ରୁଜୁ କରି ୪୨ ବର୍ଷୀୟ ଅଭିଯୁକ୍ତ ଜଗନ୍ନାଥ ବାରିକଙ୍କୁ ଗିରଫ କରିଛି। ସେ ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ମଙ୍ଗୁଳି ଗାଁର ବାସିନ୍ଦା।

ପୋଲିସ ସୂଚନା ଅନୁସାରେ, ପୀଡ଼ିତାଙ୍କ ମା’ ଜଣେ ସ୍ୱାମୀ ପରିତ୍ୟକ୍ତା ଏବଂ ଗତ ଚାରି ବର୍ଷ ଧରି ଭୁବନେଶ୍ୱରରେ ଭଡ଼ାଘରେ ରହୁଥିଲେ। ଜଗନ୍ନାଥ ଜଣେ ବିବାହିତ ଡ୍ରାଇଭର। ଉଭୟଙ୍କ ମଧ୍ୟରେ ପରିଚୟ ପରେ ସମ୍ପର୍କ ଗଢ଼ିଉଠିଥିଲା ଏବଂ ଗତ ଦୁଇ ବର୍ଷ ଧରି ସେମାନେ ଶିଶୁପାଳଗଡ଼ ଇନ୍ଦିରା ହାଉସିଂ କଲୋନୀରେ ଏକାଠି ରହୁଥିଲେ। ଏହି ସମୟରେ ଅଭିଯୁକ୍ତ ଘରେ କେହି ନଥିବା ସୁଯୋଗ ନେଇ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଦୁଷ୍କର୍ମ ଫଳରେ ନାବାଳିକା ଗର୍ଭବତୀ ହୋଇଥିବାବେଳେ ଅଭିଯୁକ୍ତ ଜବରଦସ୍ତି ଔଷଧ ଦେଇ ତାଙ୍କର ଗର୍ଭପାତ କରାଇଥିଲେ। ଗତ ୬ ତାରିଖରେ ପୁଣିଥରେ ଦୁଷ୍କର୍ମର ଶିକାର ହେବା ପରେ ନାବାଳିକା ଆଉ ସହ୍ୟ କରିନପାରି ଧଉଳି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ପରୀକ୍ଷା କରାଇଛି ଏବଂ ଅଭିଯୁକ୍ତଙ୍କୁ ଗିରଫ କରି ପରବର୍ତ୍ତୀ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories