Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫିଲ୍ମ ଷ୍ଟାଇଲ୍ ରେ କଲେ ଲୁଟ୍; ଥର୍‌ରେ ଘୋଷାଡ଼ି ନେଲେ ଏଟିଏମ୍ ମେସିନ୍! ସିସିଟିଭିରେ କଏଦ ହେଲା ଦୃଶ୍ୟ

ବାଲେଶ୍ୱର ଜିଲ୍ଲାରେ ଘଟିଛି ଏକ ଚମକାଇଦେବା ଭଳି ଲୁଟ୍ ଘଟଣା। ଫିଲ୍ମ ଷ୍ଟାଇଲରେ ଦୁର୍ବୃତ୍ତମାନେ ଥର୍ ଗାଡ଼ି ବ୍ୟବହାର କରି ଏକ ଏଟିଏମ୍ ମେସିନ୍‌କୁ ଭାଙ୍ଗି ଘୋଷାଡ଼ି ନେଇଥିଲେ। ଏହି ଘଟଣା ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ତୁଡ଼ିଗଡ଼ିଆ ବଜାରରେ ଥିବା ଇଣ୍ଡିଆ-୧ ଏଟିଏମ୍‌ରେ ଘଟିଛି। ଲୁଟ୍‌ର ସମ୍ପୂର୍ଣ୍ଣ ଦୃଶ୍ୟ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ୫ରୁ ଅଧିକ ଦୁର୍ବୃତ୍ତ ଏକ କଳା ରଙ୍ଗର ଥାର୍ ଗାଡ଼ିରେ ଆସି ଏଟିଏମ୍ ମେସିନ୍‌କୁ ଦଉଡ଼ି ସାହାଯ୍ୟରେ ଗାଡ଼ିରେ ବାନ୍ଧି ଘୋଷାଡ଼ି ନେଇଥିଲେ। କିଛି ଦୂର ଯିବା ପରେ ସେମାନେ ରାସ୍ତା ମଝିରେ ଏଟିଏମ୍ ମେସିନ୍‌କୁ ଫୋପାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ସମସ୍ତ ଦୃଶ୍ୟ ସିସିଟିଭିରେ ସ୍ପଷ୍ଟ ଭାବେ ରେକର୍ଡ ହୋଇଛି।

ଘଟଣାର ସୂଚନା ପାଇ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଟିଏମ୍‌ରୁ କେତେ ପରିମାଣର ଟଙ୍କା ଲୁଟ୍ ହୋଇଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଦୁର୍ବୃତ୍ତମାନଙ୍କ ପରିଚୟ ଓ ଲୁଟ୍ ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ଉଦ୍‌ଘାଟନ ପାଇଁ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories