Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାଟ୍ୟଗୁରୁ ଭବାନୀ ଶଙ୍କର ପଟ୍ଟନାୟକ ବିୟୋଗ ରେ ଶୋକସଭା।

କଳାହାଣ୍ଡି,୧୭/୦୭
କଳାହାଣ୍ଡି ନାଟ୍ୟ ଜଗତ କୁ ଭିନ୍ନ ଏକ ପରିଚୟ ଦେଇ ନାଟ୍ୟ, ଯାତ୍ରା କୁ ଦୂର ପ୍ରସାରି କରିବାରେ ଅତୁଳନୀୟ ଅବଦାନ ରହିଥିବା ବିଶିଷ୍ଠ ନାଟ୍ୟଗୁରୁ ଭବାନୀ ଶଙ୍କର ପଟ୍ଟନାୟକ ଙ୍କ ବିୟୋଗ ରେ ଚାରବାହାଲ ଗ୍ରାମ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ପକ୍ଷରୁ ଶୋକସଭା ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଶ୍ରଦ୍ଧାଞ୍ଜଳି ସଭା ରେ ସାଂସ୍କୃତିକ ପରିଷଦ ର ସଭାପତି ଆଦିତ୍ୟ ପଣ୍ଡା(ଟୁନା ବାବୁ)ସ୍ବର୍ଗତ ନାଟ୍ୟଗୁରୁ ଙ୍କ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ସହ ରହିଥିବା ସମ୍ପର୍କ ଓ ତାଙ୍କ ବଳିଷ୍ଠ ନିର୍ଦେଶନା ନେଇ ସ୍ମୃତି ଚାରଣ କରିଥିଲେ।ତାଙ୍କ ମହାନ ଅବଦାନ ସବୁଦିନ ପାଇଁ ଅମର ହୋଇ ରହିବ ବୋଳି କହିଥିଲେ। ଏହି ଅବସରରେ କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ସଦସ୍ୟ ମାନେ ଉପସ୍ଥିତ ରହି ଦିବଂଗତ ଆତ୍ମ ର ସଦଗତି କାମନା ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ