ଲଡୁଗାଁ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟର ପରିଚାଳନା କମିଟି ଗଠନ।
କଳାହାଣ୍ଡି,୧୭/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ କ୍ଲଷ୍ଟର ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟ ଲଡୁଗାଁ ରପରିଚାଳନା କମିଟି ଗଠନ ସଭା ଅନୁଷ୍ଠିତ ହୋଇଯାଇଛି।ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଫାଲଗୁନୀ ବାଣୁଆ ,ପ୍ରଧାନ ଶିକ୍ଷକ ମନୋଜ କୁମାର ନାୟକ, ସହ ଶିକ୍ଷକ ବୁଦ୍ଧିରାମ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ଙ୍କ ଚିଠି ପରେ ବହୁ ସଂଖ୍ୟାରେ ଅଭିଭାବକ ଅଭିଭାବିକା ଉପସ୍ଥିତ ରହି ନୂତନ କମିଟି ଗଠନ କରାଯାଇଥିଲା । ନୂତନ କମିଟି ୨୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଯାଇଥିବା ବେଲେ ସର୍ବ ସମ୍ମତି କ୍ରମେ ଅଧ୍ୟକ୍ଷ ଭାବେ ଅଖିଳ ଚନ୍ଦ୍ର ଦାସ , ଉପାଧ୍ୟକ୍ଷ ଭାବେ କୁନ୍ତଳା ମାଝୀ ନିର୍ଦ୍ଵନ୍ଦ ଭାବେ ନିର୍ବାଚିତ ହୋଇଛନ୍ତି । ସଭ୍ୟ ସଭ୍ୟା ଭାବେ ତେଜରାଜ ଦୁରିଆ,ବେଣୁଧର କଣ୍ଟା , ଶାନ୍ତି ପାଣିଗ୍ରାହୀ, ଚୂଡାମଣି ମହାନନ୍ଦ, ତିଳେ ପାଣିଗ୍ରାହୀ, ପୀତାମ୍ବର ମାଝୀ, ରାଇଧର ଶବର, ଉର୍ବଶୀ ବଞ୍ଜରା , କିଶୋର ନାଏକ, ଚମ୍ପମଣୀ ଦାସ, ଅଞ୍ଜଳି ବଛା ,ରଞ୍ଜିତା ସିଂ, ପ୍ରମିଳା ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି । ଏହା ସହ ୱାର୍ଡମେମ୍ବର ପ୍ରକାଶ ପୂଝାରୀ , ଅଙ୍ଗନୱାଡ଼ୀ କର୍ମୀ ତରୁଲତା ଦାସ, ଆଶା କର୍ମୀ କୁମାରୀ ମହାନନ୍ଦ , ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକ ଓ ମନୋଜ କୁମାର ନାୟକ ଏହି କମିଟିର ସଦସ୍ୟ ଅଛନ୍ତି।କମିଟି ଗଠିତ ସଦସ୍ୟ ମାନେ ଦାୟିତ୍ବ ଗ୍ରହଣ କରି ଥିବାବେଳେ ବିଦାୟୀ ସଭାପତି ବିନୋଦ ବାଗ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସେହିପରି ସ୍କୁଲ ବିଲ୍ଡିଂ କମିଟିରେ ୫ ଜଣ,ସ୍କୁଲ ଏକାଡ଼େମୀ କମିଟିରେ ୬ ଜଣ ସଦସ୍ୟ ମଧ୍ୟ ସରକାରୀ ନୀତି ନିୟମ ଅନୁସାରେ ଗଠିତ ହୋଇ ଯାଇଛି। ଆଗାମୀ ଦିନରେ ଲଡୁଗାଁ ପି.ଏମ.ଶ୍ରୀ ଉଚ୍ଚ ବିଦ୍ୟାଳୟର ଉନ୍ନତି,ପ୍ରଗତି, ଶିକ୍ଷା, ସଂସ୍କାର ପ୍ରତି ବିଶେଷ ଯତ୍ନବାନ ହେବ ସହ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ସୁସମ୍ପର୍କ ବଜାଇ ରଖିବା ପାଇଁ ସମସ୍ତ ସଦସ୍ୟ ସଦସ୍ୟ ଆମର ମୂଳ ଲକ୍ଷ୍ୟ ହେବ ବଳି ଦୃଢତା ପ୍ରକାଶ କରିଛନ୍ତି ।।ଉକ୍ତ ବୈଠକ ରେ ଆଲୁମିନୀ ସଭାପତି ପଙ୍କଜମୁଖ ଚୌଧୁରି ମୁଖ୍ୟ ଅତିଥି ରୂପେ ଏବଂ ଦଶରଥ ଦୁର୍ଗା,ସୁରେଶ ନାଏକ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ । ଉକ୍ତ କାର୍ଯକ୍ରମକୁ ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକ ପରିଚାଳନା କରିଥିବା ବେଳେ, ବବୃବାହନ ଛତ୍ରୀଆ ଧନ୍ୟବାଦ ଜ୍ଞାପନ କରିଥିଲେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

