ଅବକାରୀ ଚଢ଼ାଉ,୨୮ ଶହ କେଜି ମହୁଲ ପୋଚ ସହ ହାତ ରନ୍ଧା ମଦ ଓ ମଦ ପ୍ରସ୍ତୁତ ସାମଗ୍ରୀ ନଷ୍ଟ।
କଳାହାଣ୍ଡି,୧୮/୦୭
କଳାହାଣ୍ଡି ଜିଲ୍ଲା କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ଼ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ନାଲା ନିକଟରେ ଚଢ଼ାଉ କରି ବିପୁଳ ପରିମାଣରେ ମହୁଲ ପୋଚ,ହାତ ରନ୍ଧା ମଦ ଓ ମଦ ପ୍ରସ୍ତୁତ ରେ ବ୍ୟବହୃତ ସାମଗ୍ରୀ ନଷ୍ଟ କରିଥିବା ସୂଚନା ମିଳିଛି। କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ଵର ପଟେଲ ଙ୍କ ନେତୃତ୍ୱରେ ଅବକାରୀ ମୋବାଇଲ ୟୁନିଟ ଏଏସଆଇ ସତ୍ୟ ନାରାୟଣ ପ୍ରଧାନ,ଜୟପାଟଣା ଓଆଇସି ସୁରେଶ ଭୋଇ,ଏସଆଇ ସୌମ୍ୟ ରଞ୍ଜନ ମାଝୀ ଓ ଜୟପାଟଣା,କୋକସରା ଅବକାରୀ ବିଭାଗ କନେଷ୍ଟବଳ ଟିମ ଙ୍କ ମିଳିତ ଚଢ଼ାଉ ସମୟରେ ଖଲିଗଡ଼ ଜଙ୍ଗଲ ନାଲା ରୁ ୨୮୦୦ କେଜି ମହୁଲ ପୋ ଚ,୧୦୦ ଲିଟର ହାତରନ୍ଧା ମଦ ଓ ମଦ ପ୍ରସ୍ତୁତ ରେ ବ୍ୟବହୃତ ସାମଗ୍ରୀ ଜବତ କରିବା ସହ ନଷ୍ଟ କରିଥିବା ବେଳେ ଅବକାରୀ ଚଢ଼ାଉ ସମୟରେ ଆଗତୁରା ଖବର ପାଇ ଅବକାରୀ ଟିମ ଚଢ଼ାଉ ପୂର୍ବରୁ ମଦ ମାଫିଆ ମାନେ ଚମ୍ପଟ ମାରିଥିଲେ। କୋକସରା ବ୍ଲକ ର ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ବିଭିନ୍ନ ଅଞ୍ଚଳ ରେ ଦେଶୀ ମଦ ମାଫିଆ ମାନେ ଅବାଧ ରେ ହାତ ରନ୍ଧା ମଦ ପ୍ରସ୍ତୁତ କରି ଚାଲାଣ କରୁଥିବା ବେଳେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି।

