Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିଟାମାଟି କୁ ପହଞ୍ଚିଲା ଦାଦନ ଶ୍ରମିକ ମୃତ ଦେହ,କାନ୍ଦ ବୋବାଳି ରେ ଫାଟିଲା ଗାଁ ଦାଣ୍ଡ।

କଳାହାଣ୍ଡି,୨୦/୦୭
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶରଧାପୁର ଗ୍ରାମର ଶ୍ୟାମଲାଲ ଧୁରୁଙ୍କ ଭେଣ୍ଡିଆ ପୁଅ ତୁଳସିରାମ ଧୁରୁ ପାଞ୍ଚ ମାସ ତଳେ କର୍ଣ୍ଣାଟକ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ହୃଦଘାତରେ ତାଙ୍କ ମୃତ୍ୟୁ ଘଟିଥିଲା।ରବିବାର ତାଙ୍କ ମୃତ ଦେହ ଗାଁ ମାଟିକୁ ପହଞ୍ଚିଲା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।ସୂଚନା ଅନୁସାରେ ଶରଧାପୁର ଗ୍ରାମର ତୁଳସୀରାମ ଧୁରୁ (୨୩) କର୍ଣ୍ଣାଟକ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ। ସେ ମାଲୁର ଥାନା ଅଞ୍ଚଳର ମଡର୍ନ ଅଟୋ ମୋଟିଭ ନାମକ ଏକ କମ୍ପାନୀରେ ରହି କାମ କରୁଥିଲେ। କାର୍ଯ୍ୟରତ ଥିବା ସମୟରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନା କୁ ନିଆ ଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ଶୁଣିବା ପରେ ତୁଳସୀଙ୍କ ବାପା ଶ୍ୟାମଲାଲ କର୍ଣ୍ଣାଟକ ପୋଲିସ ସହ ଯୋଗାଯୋଗ କରି ପୁଅର ମୃତ ଦେହ ଗାଁ ମାଟିକୁ ଆଣିବାର ବ୍ୟବସ୍ଥା କରିବାକୁ କୋକସରା ପୁଲିସ ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପୋଲିସ ସମ୍ପର୍କୀୟଙ୍କୁ ହସ୍ତାନ୍ତର କଲା ପରେ ରବିବାର ତୁଳସୀଙ୍କ ମୃତଦେହ ଏକ ଆମ୍ବୁଲାନ୍ସ ଯୋଗେ ଭିଟାମାଟି ଶରଧାପୁରକୁ ପହଞ୍ଚିଛି। ମୃତ ଦେହ ଗାଁ ମାଟିରେ ପହଞ୍ଚିଲା ପରେ ପରିବାର ତଥା ଗାଁ ରେ ଶୋକର ଛାୟା ଖେଳି ଯାଇଛି।ଗାଁ ମଶାଣି ରେ ଦେଶାନ୍ତର ଶ୍ରମିକ ଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ