ସଂସଦ ଭବନରେ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଜରୁରୀ ବୈଠକ? ଜୋର ଧରିଲା ରାଜନୈତିକ ଚର୍ଚ୍ଚା
xr:d:DAFH3t5Ecaw:3,j:31813321136,t:22073006
ନୂଆଦିଲ୍ଲୀ: କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ଜରୁରୀ ବୈଠକ ବସିଛି | ଏହାକୁ ନେଇ ଏବେ ଜାତୀୟ ରାଜନୀତିରେ ଜୋରଦାର ଚର୍ଚ୍ଚା ଚାଲିଛି। ବିକ୍ଷୋଭକାରୀ ମାନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତୁତ କି ଶିକ୍ଷାମନ୍ତ୍ରୀ? ସେନେଇ ଗୃହମନ୍ତ୍ରୀ ସହ ଆଲୋଚନା ହେଉଥିବା ଚର୍ଚ୍ଚା ହେଉଛି | ଜାତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ (NEET) ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ କେନ୍ଦ୍ର କରି ବିରୋଧୀ ଦଳ ଏବଂ CJP ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜୋରଦାର ପ୍ରତିବାଦ କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀରେ CJP ପକ୍ଷରୁ ସଂସଦ ଅଭିମୁଖେ ପଦଯାତ୍ରା ମଧ୍ୟ ଆରମ୍ଭ ହୋଇଛି ।
ବିକ୍ଷୋଭକାରୀଙ୍କ ମତ ହେଉଛି, ପରୀକ୍ଷା ବ୍ୟବସ୍ଥାରେ ବାରମ୍ବାର ଅନିୟମିତତା ଅଭିଯୋଗ ଉଠୁଥିବାରୁ କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ନୈତିକ ଦାୟିତ୍ୱ ନେଇ ପଦ ଛାଡ଼ିବା ଉଚିତ୍। ସେମାନେ ପରୀକ୍ଷା ପ୍ରଣାଳୀରେ ସ୍ୱଚ୍ଛତା ଏବଂ କଠୋର ସଂସ୍କାର ଦାବି କରୁଛନ୍ତି। ଅନ୍ୟପଟେ, କେନ୍ଦ୍ର ସରକାର କହିଛନ୍ତି ଯେ, ପରୀକ୍ଷାରେ ଅନିୟମିତତା ସମ୍ପର୍କିତ ମାମଲାର ତଦନ୍ତ ଚାଲିଛି ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି।
ତେବେ ଏପର୍ଯ୍ୟନ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫାକୁ ନେଇ କେନ୍ଦ୍ର ସରକାର କିମ୍ବା ଶିକ୍ଷାମନ୍ତ୍ରୀଙ୍କ ପକ୍ଷରୁ କୌଣସି ସରକାରୀ ଘୋଷଣା କରାଯାଇନାହିଁ। ସେହିପରି ତାଙ୍କ ଇସ୍ତଫା ନେଇ ଚାଲୁଥିବା ଚର୍ଚ୍ଚା କେବଳ ରାଜନୈତିକ ଦାବି ଓ ଆଲୋଚନା ମଧ୍ୟରେ ସୀମିତ ରହିଛି। ଆଗାମୀ ଦିନରେ କେନ୍ଦ୍ର କ୍ୟାବିନେଟର ମନ୍ତ୍ରୀ ମାନଙ୍କର ଅଦଳବଦଳ ହୋଇପାରେ | ଆଉ ତାହା ପୂର୍ବରୁ ତାଙ୍କର ଇସ୍ତଫା ଦାବି ହେଉଛି | ଆଗାମୀ ସମୟରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏକ ବଡ ଚ୍ୟଲେଞ୍ଜ ହୋଇପାରେ ବୋଲି ଚର୍ଚ୍ଚା ହେଉଛି | ତେବେ ଆଗାମୀ ଦିନରେ ସରକାର ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏହି ପ୍ରସଙ୍ଗରେ କି ପଦକ୍ଷେପ ନେବେ ଏବଂ ସଂସଦରେ ଏହାକୁ ନେଇ କିଭଳି ଚର୍ଚ୍ଚା ହେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

