Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଏଚସି ରେ ଫିଜିଓ ଥେରାପି ଓ ଯୋଗ ପ୍ରଶିକ୍ଷକ ନିଯୁକ୍ତି ପାଇଁ ସିଟିଜେନ ଫୋରମ ପକ୍ଷରୁ ଦାବିପତ୍ର।

କଳାହାଣ୍ଡି,୨୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଟିଜେନ ଫୋରମ ପକ୍ଷରୁ ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଓଡିଶା ସରକାର ଙ୍କ ଉଦ୍ଦେଶ୍ୟ ରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ଫିଜିଓ ଥେରାପି ସେଣ୍ଟର ଓ ଯୋଗ ପ୍ରଶିକ୍ଷକ ନିଯୁକ୍ତି ପାଇଁ ଏକ ଦାବିପତ୍ର ସିଏଚସି ର ଡାକ୍ତର ଅଭିଷେକ ବେହେରା ଙ୍କ ଜରିଆରେ ପ୍ରଦାନ କରାଯାଇଛି। ବର୍ତ୍ତମାନ ସମୟରେ ବୟସ୍କ ବ୍ୟକ୍ତି ଙ୍କ ମଧ୍ୟରେ ଆଣ୍ଠୁଗଣ୍ଠି ବିନ୍ଧା, ସାଇଟିକା, ଭଳି ବିଭିନ୍ନ ସ୍ନାୟୁ ଜନିତ ରୋଗ କ୍ରମଶଃ ବୃଦ୍ଧି ପାଉଛି ଓ ଏହା ରୋଗ ରେ ଏଲୋପାଥି ଚିକିତ୍ସା ରେ ବ୍ୟୟ ବହୁଳ ଚିକିତ୍ସାଫଳପ୍ରଦ ହେଉନଥିବା ବେଳେ ଏହାର ନିରାକରଣ ପାଇଁ ଫିଜିଓ ଥେରାପି ଓ ଯୋଗ ଚିକିତ୍ସା ପ୍ରଣାଳୀ ଅଧିକ ଫଳପ୍ରଦ ହେଉଥିବା କାରଣରୁ ଏହି ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ସିଟିଜେନ ଫୋରମ ର ସଦସ୍ୟ ମିନିକେତନ ପ୍ରଧାନୀ,ବାହାଦୂର ମାଝୀ,ଶ୍ରୀନିବାସ ପ୍ରଧାନୀ, ପଞ୍ଚକ ପୋଢ଼, ନବୀନ ଶବର, ଧବଳେଶ୍ବର ନାଗ, ବିଜୟ କୁମାର ସାହୁ, ରଞ୍ଜିତ ପୋଢ଼, ଅତୁଲ୍ୟ ପ୍ରଧାନୀ,ଧନଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ