ଭିଜିଲାନ୍ସ ରେଡ୍: ଲାଞ୍ଚ ନେଇ ଧରାପଡ଼ିଲେ ଓଏଭି ସ୍କୁଲ ପ୍ରିନ୍ସପାଳ।
କଳାହାଣ୍ଡି,୨୨/୦୭
ଭିଜିଲାନ୍ସ ଜାଲରେ ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ। କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି। ସ୍କୁଲରେ ମେସ୍ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ୩ ମାସର ଦରମା ବିଲ୍ ପାସ୍ କରିଦେବା ପାଇଁ ସେ ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଥୁଆମୂଲ ରାମପୁର ଆଦର୍ଶ ବିଦ୍ୟାଳୟରେ ମେସ୍ ପରିଚାଳନା କରୁଥିବା ଏକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ୩ ମାସର ପାରିଶ୍ରମିକ ବିଲ୍ ପ୍ରସ୍ତୁତ କରି ପାସ୍ କରାଇବା ପାଇଁ ଭାରପ୍ରାପ୍ତ ପ୍ରିନ୍ସିପାଲ ସୀତାକାନ୍ତ ରଣା ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏନେଇ ଭିଜିଲାନ୍ସ ବିଭାଗକୁ ଅଭିଯୋଗ ମିଳିବା ପରେ ଏକ ସ୍ୱତନ୍ତ୍ର ଟିମ୍ ଫାନ୍ଦ ପକାଇଥିଲା। ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ମାଡିବସିଲା ଭିଜିଲାନ୍ସ। ତାଙ୍କ ଭବାନୀପାଟଣା ସ୍ଥିତ ଭଡ଼ା ଘରେ ମଧ୍ୟ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।

