Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ-ଆଫଗାନିସ୍ତାନ ଟି-୨୦ ସିରିଜ୍ ମ୍ୟାଚ ! ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖୁବ୍ ଶୀଘ୍ର ଖେଳାଯିବ ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍ । ବିଶେଷ କଥା ହେଉଛି, ଏହି ସିରିଜ୍‌ର ଆୟୋଜକ ଆଫଗାନିସ୍ତାନ ହୋଇଥିଲେ ମଧ୍ୟ ସମସ୍ତ ମ୍ୟାଚ୍ ଭାରତର ରାଜଧାନୀ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍ ରେ ଖେଳାଯିବ ।

ସୂଚନା ଅନୁସାରେ, ସିରିଜ୍‌ର ତିନୋଟି ମ୍ୟାଚ୍ ସେପ୍ଟେମ୍ବର ୧୩, ୧୬ ଏବଂ ୧୯ ତାରିଖରେ ଆୟୋଜିତ ହେବାର ସମ୍ଭାବନା ରହିଛି । ଆଫଗାନିସ୍ତାନରେ ଆନ୍ତର୍ଜାତିକ କ୍ରିକେଟ୍ ଆୟୋଜନରେ ଥିବା ସମସ୍ୟା ଯୋଗୁଁ ଦିଲ୍ଲୀକୁ ଏହି ସିରିଜ୍‌ର ଭେନ୍ୟୁ ଭାବେ ବାଛି ନିଆଯାଇଛି । ତେବେ ଏହାର ଆନୁଷ୍ଠାନିକ ସୂଚୀ ଜାରି ହେବା ଅପେକ୍ଷାରେ ରହିଛି । ଏହାପୂର୍ବରୁ ଚଳିତ ବର୍ଷ ଭାରତ ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ ଓ ଦିନିକିଆ ସିରିଜ୍ ଖେଳିଥିଲା ।

କିନ୍ତୁ ଏବେ ଉଭୟ ଦଳ ଟି-୨୦ ଫର୍ମାଟରେ ମୁହାଁମୁହିଁ ହେବାକୁ ଯାଉଥିବାରୁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । ଦିଲ୍ଲୀରେ ଆଫଗାନିସ୍ତାନର ଘରୋଇ ସିରିଜ୍ ଆୟୋଜନ ଉଭୟ ଦେଶ ମଧ୍ୟରେ କ୍ରିକେଟ୍ ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି କ୍ରିକେଟ୍ ମହଲରେ ଚର୍ଚ୍ଚା ହେଉଛି । ଏବେ ସମସ୍ତଙ୍କ ନଜର ବିସିସିଆଇ ଓ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡର ଆନୁଷ୍ଠାନିକ ଘୋଷଣା ଉପରେ ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories