Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ଶିକ୍ଷା ବିଭାଗ ରେ ଯୋଗଦେଲେ ନୂତନ ଏବିଇଓ ଓ କିରାଣୀ।

କଳାହାଣ୍ଡି,୨୪/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ରେ ଶୁକ୍ରବାର ନୂତନ ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ ସଞ୍ଜୀବ କୁମାର ପାଢ଼ୀ ଯୋଗଦାନ କରିଛନ୍ତି । ଶ୍ରୀ ପାଢ଼ୀ କୁଳେରଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହ ପୂର୍ବରୁ ୨୦୧୦ ରୁ ୨୦୧୫ ପର୍ଯ୍ୟନ୍ତ ବିଆରସିସି ଭାବେ କୋକସରା ଶିକ୍ଷା ବିଭାଗ ରେ ଜଣେ ଦକ୍ଷ ଅଧିକାରୀ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଶୁକ୍ରବାର ଭାରପ୍ରାପ୍ତ ଏବିଇଓ ଭାବେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ କାର୍ଯ୍ୟାଳୟ ରେ ମିଳିତ ଶିକ୍ଷକ ସଙ୍ଘ ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ତଥା ନୋଡାଲ ସିଆରସି ବୈକୁଣ୍ଠ ଜାଲ ଙ୍କ ପରିଚାଳନା ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି,ସମ୍ମାନିତ ଅତିଥି ଭାବେ ବିଆରସିସି ତଥା ଏବିଇଓ ତୋଫାନ ମାଝୀ,ଅବସର ପ୍ରାପ୍ତ ଶିକ୍ଷକ ଲକ୍ଷ୍ମୀଧର ସେନାପତି ଯୋଗଦେଇ ଏବିଇଓ ଶ୍ରୀ ପାଢ଼ୀ ଙ୍କୁ ସ୍ୱାଗତ କରିବା ସହ ତୃଣମୂଳ ସ୍ତରରେ ଶିକ୍ଷା ର ପ୍ରଚାର ପ୍ରସାର ସହ ଶିକ୍ଷକ ଶିକ୍ଷୟିତ୍ରୀ ସହ ଉତ୍ତମ ସମ୍ପର୍କ ରଖି ଶିକ୍ଷାଦାନ ରେ ବ୍ଲକ ର ସର୍ବାଙ୍ଗ ଉନ୍ନତି ଦିଗରେ ପ୍ରୟାସ କରିବାକୁ କହିଥିଲେ। ଏହି ଅବସରରେ ମିଳିତ ଶିକ୍ଷକ ସଂଘ ପକ୍ଷରୁ ଚନ୍ଦ୍ର ମୋହନ ପୁଝାରି, ଗଗନ ବିହାରୀ ପଟ୍ଟନାୟକ, ଏମ.ଏନ ପଦ୍ମଲୋଚନ ସାହୁ,ରାଧାକାନ୍ତ ଗୌଡ଼, ଭାଗ୍ୟବାନ ବାଗ,ବବୃ ବାହାନ ବିଶି,ପ୍ରଭାକର ସାହୁ,ରଞ୍ଜିତ ଖମାରି, ମୁକ୍ତେଶ୍ଵର ପୁଞ୍ଜି,ଅଜୟ ମାଝୀ,କେଦାର ନାଏକ ସମେତ ଶତାଧିକ ଶିକ୍ଷକ ଉପସ୍ଥିତ ରହି ଏବିଇଓ ଶ୍ରୀ ପାଢ଼ୀ ଓ
ଙ୍କ ସହ ଯୋଗ ଦେଇଥିବା ବରିଷ୍ଠ କିରାଣୀ ମନୋରଞ୍ଜନ କୁମାର ଓ କନିଷ୍ଠ କିରାଣୀ ଅନୀଲ କୁମାର ପଣ୍ଡା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରିଶେଷରେ ଶିକ୍ଷକ ଈଶ୍ୱରୀ କୁମାର ଅଗସ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ