ନୂତନ ଏବିଇଓ ଙ୍କୁ କ୍ଲଷ୍ଟର ସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା।
କଳାହାଣ୍ଡି,୨୫/୦୭
କଳାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠି ଶିକ୍ଷା ବିଭାଗ ରେ ନୂତନ ଭାବେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଭାବେ କୁଳେରଗୁଡା ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପାଢ଼ୀ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ବିଆରସିସି ଭାବେ କୋକସରା ଶିକ୍ଷା ବିଭାଗ ରେ ଅଧିକାରୀ ଭାବେ ନିଜର କାର୍ଯ୍ୟ ସମ୍ପାଦନ କରିଛନ୍ତି। ଶନିବାର ସାନ ପୋଡ଼ାଗୁଡା ୟୁପି ସ୍କୁଲ ରେ କ୍ଲଷ୍ଟର ସ୍ତରୀୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ଚୋରଣୀଦ୍ୱାର ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ମହେଶ୍ବର ପୁଝାରି ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ମୁଖ୍ୟବକ୍ତା ଭାବେ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ, ସମ୍ମାନିତ ଅତିଥି ଭାବେ ବିରିମୁହାଣ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି, ସିଆରସିସି ଚମ୍ପେଶ୍ୱର ନିଆଳ, ଏନପିଏସ ଶିକ୍ଷକ ସଂଘ ସଭାପତି ଚନ୍ଦ୍ର ମୋହନ ପୁଝାରି ପ୍ରମୁଖ ମଞ୍ଚ ରେ ଉପସ୍ଥିତ ରହି ଜଣେ ଦାୟିତ୍ୱ ସମ୍ପନ୍ନ ଶିକ୍ଷକ ଙ୍କୁ ଏବିଇଓ ଭାବେ ଶିକ୍ଷା ବିଭାଗ ର ଦାୟିତ୍ୱ ମିଳିଥିବାରୁ ଆଗାମୀ ଦିନରେ ବ୍ଲକ ଶିକ୍ଷା ବିଭାଗ ରେ ଶିକ୍ଷାଦାନ ସହ ଶିକ୍ଷକ ଙ୍କ ସମସ୍ୟା ପ୍ରତି ଧ୍ୟାନ ଦେବାକୁ କହିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ ମଞ୍ଚ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ରେ ମହାବୀର ରଣା, ଅରୁଣ କୁମାର ପୁରୋହିତ, ସତ୍ୟ ଗୋପାଳ,ଦୀନବନ୍ଧୁ ନାଏକ, ବବୃବାହାନ ସାହୁ, ମଦନଲାଲ ନାଏକ, ରଞ୍ଜିତ ନାଏକ, ଭାଗ୍ୟବାନ ବାଗ, ଏମଏନ ପଦ୍ମଲୋଚନ ସାହୁ, ସୌଦାମିନୀ ଦାସ,ସରିତା ନାଏକ, ପ୍ରତିମା ସାହୁ ପ୍ରମୁଖ ଆଞ୍ଚଳିକ ସାଧନ କେନ୍ଦ୍ର, ସାନପୋଡାଗୁଡା ସମସ୍ତ ଶିକ୍ଷକ /ଶିକ୍ଷୟିତ୍ରୀ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଥିଲେ।

