Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିସିସିଆଇ ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କଲା ‘ବିସିସିଆଇ’: ଫେରିଲେ ଜାଡେଜା, ପ୍ରଥମ ଥର ସୁଯୋଗ ପାଇଲେ ସାରାଂଶ ଜେନ୍!

ଶ୍ରୀଲଙ୍କା:ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ। ଅଭିଜ୍ଞ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ପୁଣିଥରେ ଟେଷ୍ଟ ଦଳକୁ ଫେରିଥିବାବେଳେ ମଧ୍ୟପ୍ରଦେଶର ସ୍ପିନ୍ ଅଲରାଉଣ୍ଡର ସାରାଂଶ ଜେନ୍ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ୨୦୨୬ ଆଇପିଏଲ୍‌ ସମୟରେ ଟେନିସ୍‌ ଏଲ୍‌ବୋ ଆଘାତରେ ପଡ଼ିଥିବା ଜାଡେଜା ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ୱାଶିଂଟନ ସୁନ୍ଦର ଇଂଲଣ୍ଡ ଦିନିକିଆ ସିରିଜ୍‌ରେ ହ୍ୟାମଷ୍ଟ୍ରିଂ ଆଘାତ ହୋଇଥିବାରୁ ଚୟନ ପାଇଁ ଉପଲବ୍ଧ ନଥିଲେ। ତାଙ୍କ ସ୍ଥାନରେ ସାରାଂଶ ଜେନ୍‌ଙ୍କୁ ସୁଯୋଗ ମିଳିଛି। ସେ ୫୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୧୮୧ଟି ୱିକେଟ୍ ନେଇଥିବାବେଳେ ୨୭.୩୦ ହାରରେ ବୋଲିଂ କରିଛନ୍ତି। ବ୍ୟାଟ୍‌ ହାତରେ ମଧ୍ୟ ସେ ୨,୨୨୩ ରନ୍ ସଂଗ୍ରହ କରି ୧୪ଟି ଅର୍ଦ୍ଧଶତକ ଓ ୨ଟି ଶତକ ହାସଲ କରିଛନ୍ତି। ନିକଟରେ ଭାରତ ‘ଏ’ ପକ୍ଷରୁ ଶ୍ରୀଲଙ୍କା ‘ଏ’ ବିପକ୍ଷରେ ତାଙ୍କର ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲା।

ବିସିସିଆଇ ସୂଚନା ଅନୁସାରେ, ଦଳ ଅଗଷ୍ଟ ୭ରୁ କଲମ୍ବୋରେ ଚାରି ଦିନିଆ ଅଭ୍ୟାସ ମ୍ୟାଚ୍‌ ଖେଳିବ। ଏହାପରେ ଅଗଷ୍ଟ ୧୫ରୁ ୧୯ ପର୍ଯ୍ୟନ୍ତ ଗାଲେରେ ପ୍ରଥମ ଟେଷ୍ଟ ଏବଂ ଅଗଷ୍ଟ ୨୩ରୁ ୨୭ ପର୍ଯ୍ୟନ୍ତ କଲମ୍ବୋରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ। ସାଇ ସୁଦର୍ଶନ ଓ ଯଶପ୍ରୀତ ବୁମ୍ରାଙ୍କ ଅନ୍ତିମ ଚୟନ ଫିଟନେସ୍‌ କ୍ଲିୟାରେନ୍ସ ଉପରେ ନିର୍ଭର କରିବ।

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳ: ଶୁଭମାନ ଗିଲ୍ (ଅଧିନାୟକ), କେ.ଏଲ୍. ରାହୁଲ (ଉପଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋଷଭ ପନ୍ତ (ୱିକେଟ୍‌କିପର), ସାଇ ସୁଦର୍ଶନ, ଧ୍ରୁବ ଜୁରେଲ (ୱିକେଟ୍‌କିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମାନବ ସୁଥାର, ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଗୁରନୂର ବ୍ରାର, ଦେବଦତ୍ତ ପାଡିକ୍କଲ ଏବଂ ସାରାଂଶ ଜେନ୍ ଙ୍କୁ ଭାରତୀୟ ଦଳ ପାଇଁ ଚୟନ କରାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories