ଆନ୍ଦୋଳନ ରୁ ଓହରି କାର୍ଯ୍ୟ ରେ ଯୋଗଦେଲେ କୋକସରା ବ୍ଲକ ଯୋଗାଣ ସହାୟକ।
କଳାହାଣ୍ଡି,୨୮/୦୭
ରାଜ୍ୟର ବିଭିନ୍ନ ବ୍ଲକ ଅଧିନସ୍ଥ ପଞ୍ଚାୟତ ରେ କାର୍ଯ୍ୟରତ ଯୋଗାଣ ସହାୟକ ମାନେ ଗତ ୧୦ ତାରିଖ ରୁ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଥିଲେ।ଫଳରେ ପଞ୍ଚାୟତ ରେ ପିଡ଼ିଏସ ବଣ୍ଟନ ରେ ବ୍ୟତିକ୍ରମ ଦେଖା ଦେଇଥିଲା ଓ ହିତାଧିକାରୀ ମାନେ ପିଡ଼ିଏସ ସାମଗ୍ରୀ ରୁ ବଞ୍ଚିତ ରହିଥିଲେ। ରାଜ୍ୟ ଯୋଗାଣ ସଙ୍ଘ ପକ୍ଷରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ରାଜ୍ୟ ସରକାର ଦାବି ସମୂହ ର ବିଚାର ପାଇଁ ୧୫ ଦିନ ର ସମୟ ମାଗିଥିବା ବେଳେ ରାଜ୍ୟ ସଂଘ ପକ୍ଷରୁ ଦାବି ପୂରଣ ନେଇ ୧ ମାସ ର ସମୟ ସୀମା ଦିଆଯାଇଛି। ୧ମାସ ମଧ୍ୟରେ ସଙ୍ଘ ର ନ୍ୟାର୍ଯ୍ୟ ଦାବି କୁ ସରକାର ପୂରଣ ନକଲେ ପୁଣି ଅଗଷ୍ଟ ୨୭ ରୁ ସାମୁହିକ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ପୁଣିଥରେ ଯିବାକୁ ଚେତାବନୀ ଦେଇଛନ୍ତି। ଏହି କ୍ରମରେ ମଙ୍ଗଳବାର କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ କାର୍ଯ୍ୟରତ ଯୋଗାଣ ସହାୟକ ମାନେ କାର୍ଯ୍ୟ ରେ ଯୋଗଦାନ ପୂର୍ବରୁ ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କୁ ଭେଟି କାର୍ଯ୍ୟ ରେ ଯୋଗଦାନ ପତ୍ର ପ୍ରଦାନ ସହ ସଙ୍ଘ ର ଦାବିପତ୍ର ପ୍ରଦାନ କରିଛନ୍ତି। ବ୍ଲକ ଯୋଗାଣ ସହାୟକ ସଙ୍ଘ ସଭାପତି ଟିକେଶ୍ୱର ବାଗ, ସମ୍ପାଦକ ବିକ୍ରମ ସାହୁ,ଅଜିତ କୁମାର ମହାନ୍ତି, ଦୟାନିଧି ଶବର,ପ୍ରକାଶ ନାଗ, ଚନ୍ଦ୍ରମଣି ବେଶ୍ରା, ହଜମନ ନିଆଳ, ବନିତା ଛୁରା, ତରୁମଣି କୁମାର,ପ୍ରଶାନ୍ତ ନାଏକ, କୈଳାସ ସତନାମୀ ପ୍ରମୁଖ ଉପସ୍ଥିତ ଥିଲେ।

