ଧର୍ମପରାୟଣ ପ୍ରଭାକର ପ୍ରଧାନୀ ଙ୍କ ପରଲୋକ, ଜ୍ଞାତି କୁଟୁମ୍ବ ଓ ଗ୍ରାମ ରେ ଶୋକ ପ୍ରକାଶ।
କଳାହାଣ୍ଡି,୩୧/୦୭
କଳାହାଣ୍ଡି ଜିଲ୍ଲା କୋକସରା ଗ୍ରାମର ଅଵସର ପ୍ରାପ୍ତ ଶିକ୍ଷକ ତଥା ଧର୍ମପରାୟଣ ବ୍ୟକ୍ତି ପ୍ରଭାକର ପ୍ରଧାନୀ (୮୩) ଙ୍କ ନିଜ ବାସଭବନରେ ଗୁରୁବାର ରାତିରେ ପରଲୋକ ଗମନ ଘଟିଛି। ସେ ଦୀର୍ଘବର୍ଷ ଧରି ଆମପାଣି ଜନଜାତି ଆବାସିକ ବିଦ୍ୟାଳୟ ଜଣେ ଆଦର୍ଶ ଶିକ୍ଷକ ଭାବେ ଅଞ୍ଚଳ ରେ ପରିଚିତ ରହିଥିଲେ।ଏହାସହ ଆଧ୍ୟାତ୍ମିକ ଚିନ୍ତନ, ପରୋପକାରୀ,ମେଳାପୀ ବ୍ୟକ୍ତି ଥିଲେ। ଗତ କିଛି ମାସ ହେବ ସେ ଅସୁସ୍ଥତା କାରଣରୁ ଶଯ୍ୟାଶାୟୀ ଥିଲେ। ଗୁରୁବାର ରାତି ରେ ତାଙ୍କ ପରଲୋକ ଗମନ ଘଟିଛି। କୋକସରା ସ୍ଥିତ ତାଙ୍କ ବାସଭବନ ରେ ମର ଶରୀର ନିକଟରେ ଜ୍ଞାତି କୁଟୁମ୍ବ, ଗ୍ରାମବାସୀ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ଶବଧାର ରେ ଶତାଧିକ ଲୋକ ଉପସ୍ଥିତ ରହିଥିଲେ।ତାଙ୍କ ପୁଅ ମହେନ୍ଦ୍ର ପ୍ରଧାନୀ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗ ରେ ଜ୍ଞାତି କୁଟୁମ୍ବ ଓ ଗ୍ରାମବାସୀ ଙ୍କ ମଧ୍ୟରେ ଶୋକ ପ୍ରକାଶ ପାଇଛି।

