Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏନଏଚ ୨୬ ଚିଲିଗୁଡା ବାଇପାସ ରାସ୍ତା ର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ, ଉଠି ଗଲାଣି ପିଚୁ ଦବି ଗଲାଣି ରାସ୍ତା।

କୋକସରା,୩୧/୦୭
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ ଡିଭିଜନ ଅଧୀନରେ କୋକସରା ବ୍ଲକ ଡୋଙ୍ଗରିଗୁଡା ଠାରୁ ଚିଲିଗୁଡା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତେବେ ନିନ୍ମମାନ ର କାର୍ଯ୍ୟ ଯୋଗୁଁ ନିର୍ମାଣର କିଛିମାସ ପରେ ଜାତୀୟ ରାଜପଥ ରାସ୍ତା ଚିଲିଗୁଡା ରେଙ୍ଗାଳପାଲି ନିକଟରେ ଥିବା ପୋଲ ଦୁଇପାର୍ଶ୍ୱ ରେ ଦବି ପିଚୁ ଉଠିବା ସହ ପୋଲ ର ଉଭୟ ପାର୍ଶ୍ଵରେ ଖାଳଖମା ହୋଇ ଯାତ୍ରୀ ପାଇଁ ଦୁର୍ଘଟଣା କୁ ଆମନ୍ତ୍ରଣ କଲା ଭଳି ମନେ ହେଉଛି। କେସିଙ୍ଗା ଏନଏଚ ଡିଭିଜନ ପକ୍ଷରୁ ଜୈନିକ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟ ସମ୍ପାଦନ ସମୟରେ ନିନ୍ମମାନ ର କାର୍ଯ୍ୟ ସମ୍ପାଦନ କରୁଥିବା ନେଇ ସେହି ସମୟରେ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହୋଇଥିଲା କିନ୍ତୁ ବିଭାଗୀୟ ଅଧିକାରୀ ଠିକା ସଂସ୍ଥା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ବରଂ ଠିକା ସଂସ୍ଥା କୁ ପ୍ରୋତ୍ସାହନ ଦେଇଥିଲେ,ଫଳରେ ଠିକା ସଂସ୍ଥା ନିଜ ମାନମାନି ରେ ନିର୍ମାଣ କାର୍ଯ୍ୟ ଶେଷ କରି ଦେଇଥିଲେ। ନିନ୍ମମାନ ର କାର୍ଯ୍ୟ ଯୋଗୁଁ ଏବେ ଚିଲିଗୁଡା ଗ୍ରାମ ଅତିକ୍ରମ କଲାପରେ ରାସ୍ତା ର ଏକ ପୋଲ ଦୁଇପାର୍ଶ୍ୱ ରେ ରାସ୍ତା ଦବି ଯାଇଥିବା ସହ ପୋଲ ର ଉଭୟ ପାର୍ଶ୍ଵରେ ପିଚୁ ଉଠିବା ସହ ଖାଳଖମା ହୋଇ ପଡିଛି। ଏହି ରାସ୍ତା ନିର୍ମାଣ ସମୟରେ ଠିକା ସଂସ୍ଥାର ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଯୋଗୁଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ବାଇପାସ ରାସ୍ତା ର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ କେସିଙ୍ଗା ଜାତୀୟ ରାଜପଥ ବିଭାଗ କୋକସରା ବ୍ଲକ ଦାୟିତ୍ୱ ରେ ଥିବା କନିଷ୍ଠ ଯନ୍ତ୍ରୀ କିରଣ କୁମାର ଙ୍କ ପ୍ରତିକ୍ରିୟା ନେବାରୁ ଅଭିଯୋଗ ପରେ ମୁଁ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛି ଓ ଠିକାସଂସ୍ଥା କୁ କୁହାଯାଇଛି,ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଠିକାସଂସ୍ଥା ପକ୍ଷରୁ ପୋଲ ର ଉଭୟ ପାର୍ଶ୍ଵରେ ମରାମତି କାର୍ଯ୍ୟ ସମ୍ପାଦନ ଆରମ୍ଭ କରିବେ ବୋଳି କହିଛନ୍ତି। ତେବେ କୌଣସି ବଡ଼ ଧରଣର ଅଘଟଣ ପୂର୍ବରୁ ରାସ୍ତା ମରାମତି କାର୍ଯ୍ୟ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ