Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ; ନୀରଜଙ୍କୁ ରୌପ୍ୟ, ଯଶବୀରଙ୍କୁ କାଂସ୍ୟ ପଦକ

ନୂଆଦିଲ୍ଲୀ: ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ଭାରତ ଦମଦାର ପ୍ରଦର୍ଶନ କରି ଦୁଇଟି ପଦକ ହାସଲ କରିଛି। ଷ୍ଟାର ଆଥଲେଟ୍ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିବାବେଳେ ଯଶବୀର ସିଂହ କାଂସ୍ୟ ପଦକ ନିଜ ନାମରେ କରିଛନ୍ତି। ଅନ୍ୟପଟେ ପାକିସ୍ତାନର ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ଅର୍ଶଦ ନଦୀମ୍ ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ବାଦ ପଡ଼ିଛନ୍ତି।

ଥଣ୍ଡା ପାଗ ମଧ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ନୀରଜ ଚୋପ୍ରା ପ୍ରଥମ ପ୍ରୟାସରେ ୮୦.୯୭ ମିଟର ଏବଂ ଦ୍ୱିତୀୟ ପ୍ରୟାସରେ ୮୫.୮୩ ମିଟର ଜାଭେଲିନ୍ ଫିଙ୍ଗି ରୌପ୍ୟ ପଦକ ନିଶ୍ଚିତ କରିଥିଲେ। ତେବେ ଶ୍ରୀଲଙ୍କାର ରୁମେଶ ପାଥିରାଗେ ୮୯.୭୫ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଯଶବୀର ସିଂହ ଉଲ୍ଲେଖନୀୟ ପ୍ରଦର୍ଶନ କରି କାଂସ୍ୟ ପଦକ ଜିତି ଭାରତର ପଦକ ସଂଖ୍ୟା ବଢ଼ାଇଥିଲେ।

ପାକିସ୍ତାନର ଅର୍ଶଦ ନଦୀମଙ୍କ ପ୍ରଥମ ପ୍ରୟାସ ଫାଉଲ୍ ହୋଇଥିଲା। ପ୍ରଥମ ତିନୋଟି ପ୍ରୟାସ ପରେ ସେ ଶ୍ରେଷ୍ଠ-୮ରେ ସ୍ଥାନ ପାଇବାରେ ବିଫଳ ହୋଇ ପଦକ ଦୌଡ଼ରୁ ବାଦ ପଡ଼ିଥିଲେ। ଏହି ପ୍ରତିଯୋଗିତାରେ ଭାରତର ତିନି ଆଥଲେଟ୍ ନୀରଜ ଚୋପ୍ରା, ରୋହିତ ଯାଦବ ଓ ଯଶବୀର ସିଂହ ଶ୍ରେଷ୍ଠ-୮ରେ ସ୍ଥାନ ପାଇଥିଲେ। ଦୁଇଟି ପଦକ ସହ ଭାରତ ଜାଭେଲିନ୍ ଥ୍ରୋରେ ନିଜର ଶକ୍ତିଶାଳୀ ଉପସ୍ଥିତି ପୁଣିଥରେ ପ୍ରମାଣିତ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories