Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିନେ ଥିଲେ ଷ୍ଟାର! ଆଉ ଏବେ ଦୁର୍ଘଟଣା ପରେ ଜୀବନ-ମୃତ୍ୟୁ ସହ ଲଢୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଜୈକବ ମାର୍ଟିନ

ନୂଆଦିଲ୍ଲୀ: ଏକ ସମୟରେ ଭାରତୀୟ କ୍ରିକେଟର ପ୍ରତିଭାଶାଳୀ ଅଲରାଉଣ୍ଡର ଭାବେ ପରିଚିତ ଥିବା ପୂର୍ବତନ କ୍ରିକେଟର ଜୈକବ ମାର୍ଟିନ ବର୍ତ୍ତମାନ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଛନ୍ତି। ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହେବା ପରେ ସେ ବଡୋଦାର ଏକ ହସ୍ପିଟାଲରେ ଭେଣ୍ଟିଲେଟରରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଦୀର୍ଘ ଚିକିତ୍ସା ଯୋଗୁଁ ପରିବାରର ସମସ୍ତ ସଞ୍ଚୟ ଶେଷ ହୋଇଯାଇଥିବାରୁ ଆର୍ଥିକ ସଙ୍କଟ ଦେଖାଦେଇଛି।

ଜୈକବ ମାର୍ଟିନଙ୍କ ପତ୍ନୀ ଖ୍ୟାତି ମାର୍ଟିନ କହିଛନ୍ତି ଯେ, ହସ୍ପିଟାଲର ପ୍ରାୟ ୭.୫ ଲକ୍ଷ ଟଙ୍କାର ବିଲ୍ ବକେୟା ରହିଛି ଏବଂ ତାହା ପରିଶୋଧ କରିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ସେ ବଡୋଦା କ୍ରିକେଟ ଆସୋସିଏସନ୍‌ଠାରୁ ସହାୟତା ମାଗିଥିବାବେଳେ ଆଶ୍ୱାସନ ମିଳିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆର୍ଥିକ ସହଯୋଗ ମିଳିନଥିବା ଅଭିଯୋଗ କରିଛନ୍ତି। ଦୁର୍ଘଟଣା ସମୟରେ ଜୈକବ ନିଜ କାରରେ ଯାଉଥିବାବେଳେ ପଛପଟୁ ଏକ ଭାରୀ ଯାନ ଧକ୍କା ଦେଇଥିଲା।

ତେବେ ବଡୋଦା କ୍ରିକେଟ ଆସୋସିଏସନ୍‌ର ସଚିବ ସ୍ନେହଲ ପାରିଖ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ପୂର୍ବତନ ଖେଳାଳିଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବୋର୍ଡର ନିର୍ଦ୍ଦିଷ୍ଟ ପ୍ରକ୍ରିୟା ରହିଛି। ହସ୍ପିଟାଲର ବିଲ୍ ଏବଂ ଆବଶ୍ୟକ କାଗଜପତ୍ର ଦାଖଲ ହେବା ପରେ ନିୟମ ଅନୁଯାୟୀ ସହାୟତା ପ୍ରଦାନ କରାଯିବ। ଏହି ଘଟଣାରୁ ଅନୁମାନ ହେଊଛିଯେ, ଖେଳ ଜୀବନ ଶେଷ ହେବା ପରେ ଅନେକ ପୂର୍ବତନ କ୍ରିଡ଼ାବିଦ୍ ଆର୍ଥିକ ଅନିଶ୍ଚିତତାର ସମ୍ମୁଖୀନ ହେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories