ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା।
କଳାହାଣ୍ଡି,୦୧/୦୮
କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ମୁରଲୀଧର ମାଝୀ ଙ୍କୁ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ବିଦାୟ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ରେ ଶିକ୍ଷକ ଦୁର୍ଯୋଧନ ବାଗ ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଵିଇଓ ମହେଶ କୁମାର ଭାଟି,ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ଏବିଇଓ ସଞ୍ଜୀବ କୁମାର ପାଢୀ, ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀଵାଲା ନାୟକ,ବ୍ୟାପ୍ତି ନାଏକ,ଦୁର୍ଯୋଧନ ନାଏକ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଶିକ୍ଷାଦାନ ରେ ବିଦାୟୀ ଶିକ୍ଷକ ଶ୍ରୀ ମାଝୀ ଙ୍କ ନିଷ୍ଠା ଓ ଦାୟିତ୍ୱବୋଧ କୁ ମନେ ପକାଇବା ସହ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ତାଙ୍କ ଅଵସର କାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଳି କହିଥିଲେ।
ଏହି ଅବସରରେ ନୂତନ ଭାବେ ଏବିଇଓ ଦାୟିତ୍ୱ ଗ୍ରହଣ କରିଥିବା ସଞ୍ଜୀବ କୁମାର ପାଢୀ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ମଞ୍ଚ ପରିଚାଳନା କରିଥିଲେ।ଶିକ୍ଷକ ଦିଗନ୍ତ ପଟ୍ଟନାୟକ, ବିରଞ୍ଚି ନାରାୟଣ ମାଝୀ,ସନ୍ତୋଷ କୁମାର ନାଏକ, ମଧୁସୂଦନ ପୁଞ୍ଜି, ଶିକ୍ଷୟିତ୍ରୀ ମୁକ୍ତା ଖମାରି, କୁନ୍ତି ନିଆଳ,ସୁରେଖା ମାଝୀ, ଗୀତାଞ୍ଜଳି ଗିରି ଉପସ୍ଥିତ ରହି ସହଯୋଗ କରିଥିଲେ।।ଶିକ୍ଷକ ବବୃ ବାହାନ ବିଶି ଧନ୍ୟବାଦ ଅର୍ପଣ କରିଥିଲେ।

