Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗଷ୍ଟ ମାସିକ ରାଶିଫଳ-୨୦୨୬: କେଉଁ ରାଶି ପାଇଁ ଶୁଭ, କିଏ ରହିବେ ସତର୍କ? ପଢ଼ନ୍ତୁ ୧୨ ରାଶିର ସମ୍ପୂର୍ଣ୍ଣ ଭବିଷ୍ୟବାଣୀ…

ଅଗଷ୍ଟ ମାସରେ ଗ୍ରହ-ନକ୍ଷତ୍ରର ସ୍ଥିତିରେ କିଛି ବିଶେଷ ପରିବର୍ତ୍ତନ ଘଟୁଛି। ଏହାର ପ୍ରଭାବ ୧୨ଟି ରାଶି ଉପରେ ଭିନ୍ନ ଭିନ୍ନ ଭାବେ ପଡ଼ିବ। କାହା ପାଇଁ ଏହି ମାସ ସଫଳତା ଆଣିବ, ଆଉ କାହାକୁ ଟିକେ ସତର୍କ ରହିବାକୁ ପଡ଼ିବ। ଜାଣନ୍ତୁ ଆପଣଙ୍କ ରାଶିରେ କ’ଣ କହୁଛି ଶାସ୍ତ୍ରୀୟ ଗଣନା।

ମେଷ:ଏହି ମାସରେ ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଚାକିରି ଓ ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ଧନଲାଭର ସମ୍ଭାବନା ରହିଛି। ପରିବାରରେ ଖୁସିର ପରିବେଶ ରହିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ଆପଣଙ୍କର ମଙ୍ଗଳ ହେବ |

ବୃଷ: ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ମାସରେ ଅଟକିଥିବା କାମ ଆଗକୁ ବଢ଼ିବ। ଚାକିରିରେ ପଦୋନ୍ନତି କିମ୍ବା ଭଲ ଖବର ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ଯଦି ବ୍ୟବସାୟରେ ନିବେଶ କରୁଛନ୍ତି ତେବେ ଏହି ବିନିଯୋଗରେ ଆପଣଙ୍କୁ ଲାଭ ମିଳିପାରେ।

ମିଥୁନ: ମିଥୁନ ରାଶିର ବ୍ୟକ୍ତିମାନଙ୍କୁ କରୁଥିବା ପରିଶ୍ରମର ଫଳ ନିଶ୍ଚୟ ମିଳିବ। ଶିକ୍ଷାର୍ଥୀଙ୍କ ପାଇଁ ମାସଟି ଭଲ ରହିବ। ନୂଆ ବନ୍ଧୁ କିମ୍ବା ନୂଆ ସମ୍ପର୍କ ଜୀବନରେ ଆସିପାରେ। ଛୋଟ ଭ୍ରମଣର ଯୋଗ ମଧ୍ୟ ରହିଛି।

କର୍କଟ: କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ ପରିବାର ସହ ସମୟ ବିତାଇବାର ସୁଯୋଗ ମିଳିବ । ଘର, ଜମି କିମ୍ବା ସମ୍ପତ୍ତି ସମ୍ବନ୍ଧୀୟ କାମରେ ଲାଭ ମିଳିପାରେ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଅବହେଳା କରନ୍ତୁ ନାହିଁ।

ସିଂହ: ଏହି ମାସଟି ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ସମ୍ମାନ ଆଣିଦେବ । ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ପରିବାରରେ ଶୁଭ କାର୍ଯ୍ୟର ଯୋଗ ରହିଛି। ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ।

କନ୍ୟା: କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ମାସରେ ଅନେକ ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ। ବ୍ୟବସାୟୀମାନେ ଭଲ ଲାଭ ପାଇବେ। ତେବେ ଅତ୍ୟଧିକ କାମ ଚାପରୁ ଟିକେ ଦୂରେ ରୁହନ୍ତୁ।

ତୁଳା: ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ମାସଟି ଅତି ଉତ୍ତମ ରହିଛି | ପ୍ରେମ ଓ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ସାମାଜିକ ସମ୍ମାନ ମିଳିବ। ଟଙ୍କା ପଇସାରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା: ବିଛା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ମାସଟି ଅତ୍ୟନ୍ତ ସତର୍କତାର ସମୟ ରହିଛି | ଚାକିରି ଅଶାୟୀଙ୍କ ପାଇଁ ଏହି ମାସରେ କିଛି ଚ୍ୟାଲେଞ୍ଜ ଆସିପାରେ। ପରିଶ୍ରମ ଉପରେ ବିଶ୍ୱାସ କରନ୍ତୁ |ବିବାଦରୁ ଦୁରେଇ ରୁହନ୍ତୁ। ଧୈର୍ଯ୍ୟ ରଖିଲେ ସଫଳତା ନିଶ୍ଚିତ ପାଇବେ । ପରିବାର ସଦସ୍ୟଙ୍କ ସହଯୋଗ ମିଳିବ।

ଧନୁ: ଧନୁ ରାଶିର ବ୍ୟକ୍ତିମାନଙ୍କ ପାଇଁ ଧନଲାଭ ସହ ନୂଆ ସୁଯୋଗ ମିଳିପାରେ। ଭ୍ରମଣ ଲାଭଦାୟକ ରହିବ। ପଢ଼ାଶୁଣା ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତାର ସମ୍ଭାବନା ରହିଛି।

ମକର: ମକର ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଚାକିରିରେ ଭଲ ଖବର ମିଳିପାରେ। ପରିବାରର ବୟସ୍କଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ମାନସିକ ଚାପ କମାନ୍ତୁ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ମାସଟି ଭଲ ରହିଛି | ନୂଆ କାମ ଆରମ୍ଭ କରିବାକୁ ଏହି ମାସଟି ଶୁଭ ରହିଛି | ବ୍ୟବସାୟରେ ଲାଭ ବଢ଼ିବ। ଘରେ ଆନନ୍ଦର ପରିବେଶ ରହିବ। ଅନାବଶ୍ୟକ ଖର୍ଚ୍ଚରୁ ଦୂରରେ ରୁହନ୍ତୁ।

ମୀନ: ମିନା ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ମାସଟି ମିଶ୍ରିତ ଫଳ ଦେବ। ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ। ପୁରୁଣା ସମସ୍ୟାର ସମାଧାନ ହୋଇପାରେ। ପରିବାର ସହ ସମୟ ବିତାଇଲେ ମନ ଖୁସି ରହିବ |

ତେବେ ଏହି ରାଶିଫଳ ଶାସ୍ତ୍ରୀୟ ଜ୍ୟୋତିଷ ଗଣନା ଆଧାରରେ ପ୍ରସ୍ତୁତ। ବ୍ୟକ୍ତିବିଶେଷଙ୍କ ଜନ୍ମକୁଣ୍ଡଳୀ ଅନୁଯାୟୀ ଫଳାଫଳରେ ପରିବର୍ତ୍ତନ ହୋଇପାରେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories