ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଦିବଙ୍ଗତ ଶିକ୍ଷକଙ୍କ ପରିବାର କୁ ସହାୟତା ରାଶି ପ୍ରଦାନ।
କଳାହାଣ୍ଡି,୦୨/୦୮
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧିନସ୍ଥ ମୋଟେର ପଞ୍ଚାୟତ ବାଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ (ଏକ୍ସ କେଡର ଶିକ୍ଷକ ସଂଘ) ର ଶିକ୍ଷକ ସଚିନ୍ଦ୍ର ଦଳପତି ଙ୍କ ଗତ କିଛିଦିନ ତଳେ ପରଲୋକ ହୋଇଥିଲା। ରବିଧାନ ତାଙ୍କ ଦ୍ୱାଦଶାହ କାର୍ଯ୍ୟ ଅବସରରେ ଏକ୍ସ କେଡର ଶିକ୍ଷକ ସଙ୍ଘ ପକ୍ଷରୁ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଦିବଙ୍ଗତ ଶିକ୍ଷକ ଙ୍କ ଶୋକସନ୍ତପ ବିଧବା ପତ୍ନୀ ପୁଅଝିଅ ଓ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଏହି ଅବସରରେ ମୃତ ଶିକ୍ଷକ ଙ୍କ ପରିବାର ଙ୍କୁ ଶିକ୍ଷକ ସଙ୍ଘ ପକ୍ଷରୁ ୩୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ଏକ୍ସ କେଡର ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ, ସମ୍ପାଦକ ଦେବିସିଂ ମାଝୀ, ନୋଡାଲ ସିଆରସିସି ବୈକୁଣ୍ଠ ଜାଲ,ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି,ପଞ୍ଚାନନ ମାଝୀ,ରାମ ନାରାୟଣ ପୁଝାରି, ରଞ୍ଜିତ କୁମାର ଖମାରି,କେଦାରନାଥ ନାଏକ,ହରିହର ନାଏକ ପ୍ରମୁଖ ଶିକ୍ଷକ ସଂଘ ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

