Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖବର ପ୍ରସାରଣ ପରେ ଚିଲିଗୁଡା ବାଇପାସ ରାସ୍ତା ମରାମତି ହେଲା।

କଳାହାଣ୍ଡି,୦୨/୦୮
କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ ଡିଭିଜନ ଅଧୀନରେ ବରଗଡ଼ ବୋରିଗୁମ୍ମା ରାସ୍ତା ର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୋଙ୍ଗରିଗୁଡା ଠାରୁ ଚିଲିଗୁଡା ଦେଇ ନୂତନ ଭାବେ ବାଇପାସ ରାସ୍ତା ନିର୍ମାଣ କରାଯାଇଛି। ତେବେ ଏହି ରାସ୍ତା ନିର୍ମାଣ ସମୟରେ ଠିକା ସଂସ୍ଥା ପକ୍ଷରୁ ନିନ୍ମମାନ ର କାର୍ଯ୍ୟ ଯୋଗୁଁ ଚିଲିଗୁଡା ରେଙ୍ଗାଳପାଲି ରାସ୍ତା ମଧ୍ୟରେ ଥିବା ଏକ ପୋଲ ର ଉଭୟ ପାର୍ଶ୍ଵ ର ରାସ୍ତା ଦବିବା ସହ ପିଚୁ ଉଠି ଖାଳଖମା ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ସଂଖ୍ୟାରେ ଯାତ୍ରୀବାହୀ ବସ,ଭାରିଯାନ ଯାତାୟାତ କରୁଥିବା ଗାଡିମୋଟର ଓ ବାଇକ ଚାଳକ ମାନେ ଦୁର୍ଘଟଣା ହେବାନେଇ ସମ୍ଭାବନା ଦେଖା ଦେଇଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନ ସାଧାରଣ ମାନେ ଅଭିଯୋଗ ପରେ ରାସ୍ତା ର ଦୁରାବସ୍ଥା କୁ ନେଇ ଓଡ଼ିଶା ଡଟ ନ୍ୟୁଜ ପୋର୍ଟାଲ ରେ “ଉଠି ଗଲାଣି ପିଚୁ ଦବି ଗଲାଣି ରାସ୍ତା” ନ୍ୟୁଜ ପ୍ରକାଶିତ ହେବାସହ ଏନେଇ ରାସ୍ତା ର ଦୁରାବସ୍ଥା ନେଇ ଜାତୀୟ ରାଜପଥ କେସିଙ୍ଗା ଡିଭିଜନ ର କନିଷ୍ଠ ଯନ୍ତ୍ରୀ ଅଧିକାରୀ ଙ୍କୁ ଅଭିଯୋଗ ସହ ଖବର ପ୍ରକାଶିତ ହୋଇଥିଲା। ଏହି ଖବର ପ୍ରକାଶିତ ପରେ କେସିଙ୍ଗା ଜାତୀୟ ରାଜପଥ ବିଭାଗ ର ଚେତା ପଶିଛି ଓ ରବିବାର ରାସ୍ତା ମରାମତି କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି।ଓଡ଼ିଶା ଡଟ ନ୍ୟୁଜ ପୋର୍ଟାଲରେ ଖବର ପ୍ରକାଶିତ ପରେ ବିଭାଗୀୟ ତତ୍ପରତା ଓ ରାସ୍ତା ମରାମତି ପରେ ଯାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ଲୋକେ ଆସ୍ୱସ୍ତି ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ