Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହରିପ୍ରିୟା ନାଗ ଜିଲ୍ଲା ମହିଳା ସମ୍ପାଦକା,ସ୍ନିଗ୍ଧା ପାଳ ସୋସିଆଲ ମିଡିଆ ସଂଯୋଜିକା ଘୋଷଣା,ବିଭିନ୍ନ ମହଲ ରୁ ଶୁଭେଚ୍ଛା।

କଳାହାଣ୍ଡି,୦୪/୦୮
ରାଜ୍ୟ ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ଜିଲ୍ଲା ପାଇଁ ମହିଳା ମୋର୍ଚ୍ଚା ପଦାଧିକାରୀ ଙ୍କ ନାମ ଘୋଷଣା କରିଛନ୍ତି ବିଜେପି ରାଜ୍ୟ ମହିଳା ସଭାନେତ୍ରୀ ଡ଼.ଐଶର୍ଯ୍ୟା ବିଶ୍ୱାଳ ଓ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ଅନୁମୋଦନ କ୍ରମେ କଳାହାଣ୍ଡି ଜିଲ୍ଲା ସଭାନେତ୍ରୀ କାଞ୍ଚନ ବାଗ ନୂତନ ମନୋନୀତ ମହିଳା କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମ ରେ କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ର ସରପଞ୍ଚ ହରିପ୍ରିୟା ନାଗ ଙ୍କୁ ଜିଲ୍ଲା ସମ୍ପାଦିକା ଭାବେ ନୂତନ ଦାୟିତ୍ୱ ଦିଆଯାଇଛି। ସେ ବିଜେପି ରେ ପୂର୍ବରୁ ସାମିଲ ହୋଇ ନିଜ ଅଞ୍ଚଳ ରେ ଦଳୀୟ ସଙ୍ଘଠନ ପାଇଁ ତୃଣମୂଳ ସ୍ତରରେ କାର୍ଯ୍ୟ କରିବା ସହ ସରକାର ଙ୍କ ବିଭିନ୍ନ ଜନ ହିତକର ଯୋଜନା କୁ ସଫଳ ରୂପାୟନ କରିବାରେ ଉତ୍ତମ ପ୍ରଦର୍ଶନ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ଜିଲ୍ଲା ସମ୍ପାଦିକା ଭାବେ ଘୋଷଣା କରାଯାଇଛି।ଏହାସହ ବ୍ଲକ ର ମୋଟେର ଗ୍ରାମର ସ୍ନିଗ୍ଧା ପାଳ ଙ୍କୁ ଜିଲ୍ଲା ସୋସିଆଲ ମିଡିଆ ସଂଯୋଜିକା ଭାବେ ଦାୟିତ୍ବ ଦିଆଯାଇଛି। କୋକସରା ବ୍ଲକ ର ୨ ମହିଳା ଙ୍କୁ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ନୂତନ କାର୍ଯ୍ୟଭାର ମିଳିଥିବା ବେଳେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ସମେତ କୋକସରା ବ୍ଲକ ବିଧାୟକ ପ୍ରତିନିଧି ତ୍ରିନାଥ ଶବର ବ୍ଲକ ର ୩ ମଣ୍ଡଳ ସଭାପତି ଧର୍ମବ୍ରତ ପଣ୍ଡା, ମଧୁବନ ପାତ୍ର, ବସନ୍ତ ନାଗ ସମେତ ବ୍ଲକ ର ବିଜେପି କର୍ମକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ