ବାଘ ଛାଲ ବିକ୍ରି ଉଦ୍ୟମ ବେଳେ ମାଡି ବସିଲା ଜଙ୍ଗଲ ବିଭାଗ, ଅଭିଯୁକ୍ତ କୋର୍ଟ ଚାଲାଣ।
କଳାହାଣ୍ଡି,୦୬/୦୮
କଳାହାଣ୍ଡି ଜିଲ୍ଲା ଧର୍ମଗଡ ରେଞ୍ଜ ବନାଞ୍ଚଳ ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କୋକସରା ବ୍ଲକ ଡ଼ହଗାଁ ନିକଟରେ ଜଣେ ବ୍ୟକ୍ତି ବୁଧବାର ବାଘ ଛାଲ ବିକ୍ରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀମାନେ ଏ ସମ୍ପର୍କରେ ବେହେରା ଫରେଷ୍ଟ କର୍ମଚାରୀ ଙ୍କୁ ସୂଚନା ଦେଇଥିଲେ। ଖବର ପାଇ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଏସିଏଫ ଙ୍କ ତତ୍ୱାବଧାନ କ୍ରମେ ଧର୍ମଗଡ ବନାଞ୍ଚଳ ରେଞ୍ଜ ଅଧିକାରୀ ସିମାଞ୍ଚଳ ମିଶ୍ର,ବେହେରା ଫରେଷ୍ଟର କ୍ଷୀରୋଦ ଚନ୍ଦ୍ର ସେଠ,ବନରକ୍ଷୀ ଲଳିତ ନାଏକ, ପ୍ରଭାସିନୀ ଗୋପାଳ, ପାରାଷ୍ଟାଫ କ୍ଷତ୍ରିଅ ନାଏକ, ମାନସ ସା ଚଢ଼ାଉ ରେ ସାମିଲ ରହି କରି ଡ଼ହଗାଁ ନିକଟରେ ଅଭିଯୁକ୍ତ କୁ କାବୁ କରିବାରେ ସକ୍ଷମ ହୋଇଥିଲେ। ଅଭିଯୁକ୍ତ ହେଉଛି ଝାଡ଼ଖଣ୍ଡ ର ମୂଳ ବାସିନ୍ଦା ସୁକେନ୍ ଗୌଡ଼ ବୋଳି ଜଣାପଡିଛି। ତେବେ ସେ ଦୀର୍ଘ ବର୍ଷ ହେବ ନବରଙ୍ଗପୁର ଜିଲ୍ଲା (ହିର୍ଲି ଡଙ୍ଗର) ଅଞ୍ଚଳ ରେ ରହୁଥିବା ବେଳେ ତା ନିକଟରୁ ବାଘ ଛାଲ ସହ ୧ ବାଘ ଦାନ୍ତ,୧୪ ବାଘ ନଖ ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରି ଧର୍ମଗଡ ବନ ବିଭାଗ କାର୍ଯ୍ୟାଳୟ କୁ ନେଇଥିଲେ। ଗୁରୁବାର ଅଭିଯୁକ୍ତକୁ କୋକସରା ଜେଏମଏଫସି କୋର୍ଟ ରେ ହାଜର କରାଇବା ପରେ ଜେଲ ହାଜତ କୁ ପଠାଇ ଦିଆଯାଇଛି।ଏ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ଜଙ୍ଗଲ ବିଭାଗ ପକ୍ଷରୁ ସୂଚନା ମିଳିଛି।

