Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାଧୀନତା ଦିବସ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

କଳାହାଣ୍ଡି,୦୬/୦୮
୮୦ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଗୁରୁବାର କୋକସରା ବ୍ଲକ ସଭାଗୃହ ରେ ପ୍ରସ୍ତୁତି ବୈଠକ କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ପ୍ରସ୍ତୁତି ବୈଠକରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଧାୟକ ପ୍ରତିନିଧି ତ୍ରିନାଥ ଶବର, ଥାନା ଅଧିକାରୀ ଡମ୍ବରୁଧର ଭର୍ତିଆ, ସହକାରୀ ଯନ୍ତ୍ରୀ ଏହେମଦ ସରିଫ, ବିଆରସିସି ତୋଫାନ ମାଝୀ,ଏବିଇଓ ସଞ୍ଜୀବ କୁମାର ପାଢ଼ୀ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପ୍ରସ୍ତୁତି ନେଇ ବିଭିନ୍ନ ବିଭାଗ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ। ୮୦ ତମ ସ୍ୱାଧୀନତା ଦିବସ ଅବସରରେ ଭୋର ୪ ଟା ରେ ପ୍ରଭାତ ଫେରି, ସକାଳ ୮ ସୁଦ୍ଧା ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସରକାରୀ ବେସରକାରୀ ଅନୁଷ୍ଠାନ ରେ ପତାକା ଉତ୍ତୋଳନ କରାଯିବ। ସକାଳ ୯,୧୫ ରେ ବ୍ଲକ ସ୍ତରୀୟ ଗୁଡ଼ହାଣ୍ଡି ପଡିଆ ରେ ପତାକା ଉତ୍ତୋଳନ ଓ ଜାତୀୟ ସଙ୍ଗୀତ ଗାନ, ପରେଡ଼ ପ୍ରଦର୍ଶନ, ମୁଖ୍ୟ ଅତିଥି ଙ୍କ ଅଭିଭାଷଣ ପରେ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରସ୍ତୁତି ବୈଠକରେ କୋକସରା ଗ୍ରାମର ସଚେତନ ନାଗରିକ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ର କର୍ମଚାରୀ, ଅଗ୍ନିଶମ ବିଭାଗ କର୍ମଚାରୀ, ସ୍ବେଛାସେବୀ ଅନୁଷ୍ଠାନ, ବିଭାଗୀୟ କନିଷ୍ଠ ଯନ୍ତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହିଥିଲେ। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଲୋକନାଥ ଭାଟି ପରିଚାଳନା ରେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ